ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ସରିବା ପରେ ଓଡ଼ିଶାରେ କିଏ ରାଜ୍ୟସଭା ଯିବେ ତାଙ୍କ ନାଁ ଘୋଷଣା କରିପାରେ ବିଜୁ ଜନତା ଦଳ। ଓଡିଶାରୁ ଖାଲି ହୋଇଥିବା ୪ଟି ରାଜ୍ୟସଭା ଆସନରେ ଦଳ କାହାକୁ ପ୍ରାର୍ଥୀ ଭାବେ ଚୟନ କରିବ ସେନେଇ ଏବେ ଖୁବ୍ ଜୋର୍ ଚର୍ଚ୍ଚା ଜୋର୍ ଧରିଛି। ବିଜୁ ଜନତା ଦଳ ଏହି ୪ ଆସନ ଦଖଲ କରିବାକୁ ରାଣନୀତି ବନାଇ ମୋଟ୍ ୧୨ ସେଟ ପ୍ରାର୍ଥିପତ୍ର ନେଇଥିବା ସୂଚନା ରହିଛି। ଚର୍ଚ୍ଚା ହେଉଛି ୪ଟି ରୁ ୨ଟି ଆସନରେ ମହିଳାଙ୍କୁ ପଠାଇ ଜାତୀୟ ରାଜନୀତିରେ ମହିଳା କାର୍ଡ ଖେଳିପାରନ୍ତି ବିଜେଡି ସୁପ୍ରିମୋ । ଏପରିକି ରାଜ୍ୟସଭାରେ ବର୍ତ୍ତମାନ ଜଣେ ମହିଳା ସାଂସଦ ଅଛନ୍ତି । ତେଣୁ ଆଉ ୨ ଚେହେରାଙ୍କୁ ପଠାଇ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ନବୀନ ପାଳନ କରିପାରନ୍ତି।
ବିଜେଡି ଏକ ସଙ୍ଗେ ୪ ସେଟ୍ ନାମାଙ୍କନପତ୍ର କିଣିଥିବାରୁ ୪ଟି ଯାକ ଆସନ ପାଇଁ ଏକା ସଙ୍ଗେ ପ୍ରାର୍ଥୀ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି। ଏହାସହ କିଏ ପ୍ରାର୍ଥୀ ହେବେ ସେମାନଙ୍କୁ ଆଗୁଆ ଅବଗତ କରାଯିବା ସହ ସମସ୍ତ ଡକୁମେଣ୍ଟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ଏନେଇ ଦଳର କୌଣସି ନେତା ମୁହଁ ଖୋଲୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/rajya-sabha.jpg)