ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବିଜେଡି(ବିଜୁ ଜନତା ଦଳ) ରାଲି ଓ କ୍ୟାମ୍ପେନିଂ ମିଟିଂ କରିବ ନାହିଁ | ଆଜି ଏଭଳି ଏକ ବଡ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | କରୋନା ସଂକ୍ରମଣ ପାଇଁ ବିଜେଡି ରାଲି ଓ କ୍ୟାମ୍ପେନିଂରୁ ଦୂରେଇ ରହିବ ବୋଲି ନବୀନ କହିଛନ୍ତି | ଆଜି ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି | ନବୀନ ଟ୍ୱିଟରେ ଲେଖିଛନ୍ତି ଯେ ବିଜେଡି ଏକ ଦାୟିତ୍ୱବାନ ଦଳ | ଲୋକଙ୍କ ଜୀବନକୁ ଦଳ ବିପଦରେ ପକାଇବ ନାହିଁ |
ଲୋକଙ୍କ ଜୀବନ ଅତି ମୂଲ୍ୟବାନ ହୋଇଥିବା ବେଳେ ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢୁଛୁ। କିନ୍ତୁ ନିର୍ବାଚନ ପ୍ରଚାରରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି, ସେତେବେଳେ ମୁଁ ରାଜନୈତିକ ଦଳମାନଙ୍କୁ ଓ ନିର୍ବାଚନ କମିସନଙ୍କୁ ଅନୁରୋଧ କରିବି ଯେ ସେ ପ୍ରଚାରର ଅବଧି ଓ ପଦ୍ଧତି ଉପରେ ପୁନର୍ବିଚାର କରନ୍ତୁ |
Every life is precious and I always consider people of #Odisha as my family members. In this extremely serious #COVID19 situation amidst surge in cases in the country, @bjd_odisha has decided not to hold any public rallies or campaign meetings in Pipili bypoll.
— Naveen Patnaik (@Naveen_Odisha) April 19, 2021
ପ୍ରତିଟି ଜୀବନ ମୂଲ୍ୟବାନ ଓ ମୁଁ ଓଡ଼ିଶାବାସୀଙ୍କୁ ମୋର ପରିବାରର ସଦସ୍ୟ ଵୋଲି ଭାବେ | ତେଣୁ କୋଭିଡ କଟକଣା ମଧ୍ୟରେ ବିଜେଡି ନିଷ୍ପତ୍ତି ନେଇଛି ଯେ ପିପିଲି ଉପନିର୍ବାଚନରେ ଦଳ ନିର୍ବାଚନ ରାଲି କରିବ ନାହିଁ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ବିଜୁ ଜନତା ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ।