କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ

ବିଧାନସଭାରେ ବିଜେଡିକୁ ୧୧୩, ଲୋକସଭାରେ ୧୨, ବଢ଼ିଲା ବିଜେପି, ଲୋକସଭାରେ ମିଳିଲା ଅଧିକ ଭୋଟ

ଭୁବନେଶ୍ବର : ଯାହା ସାରା ଦେଶରେ କାମ କଲା, ତାହା ଓଡ଼ିଶାରେ ଫେଲ୍‍ ମାରିଲା। ନବୀନଙ୍କ ତେଜରେ େମାଦୀ ହାଵା ନିଷ୍ପ୍ରଭ େହାଇଗଲା। ବିଧାନସଭା ନିର୍ବାଚନକୁ ପୋଛିନେଲା ବିଜେଡି। ଚତୁର୍ଥ ପାଳିର ସଂଖ୍ୟା ପଞ୍ଚମ ପାଳିରେ ବଳବତ୍ତର ରଖିବାରେ ସକ୍ଷମ େହାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୪୬ରୁ ୧୧୩ ଆସନ ଦଖଲ ବାଟ େଖାଲିଛି ବିଜୁ ଜନତା ଦଳ। ଗତ ଥରଠାରୁ କମ୍ େହଲେ ବି ଲୋକସଭାରେ ୨୧ରୁ ୧୨ ଆସନରେ ଦଳ ବାଜିମାତ୍ କରିବା ଆଶା ଉଜ୍ଜଳ। ନବୀନ ଅପରାଜେୟ ପୁଣି ଥରେ ଏକଥା ପ୍ରମାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ପାଞ୍ଚଥର ଗସ୍ତ, ଅମିତ ଶାହ ଓ େକନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ତୁହାକୁ ତୁହା ପ୍ରଚାରକୁ ନିଜେ ମୁଖ୍ୟମନ୍ତ୍ରୀ ଏକୁଟିଆ ପ୍ରତିହତ କରିବାରେ ସକ୍ଷମ େହାଇଛନ୍ତି। କେବଳ ସେତିକି ନୁେହଁ, ବୈଜୟନ୍ତ ପଣ୍ଡା, ଡାକ୍ତର ଦାେମାଦର ରାଉତ, ସମ୍ବିତ ପାତ୍ରଙ୍କ ଭଳି େଯଉଁ େନତାମାନେ ନବୀନଙ୍କ ବାଟ ଓଗାଳିବାକୁ େଚଷ୍ଟା କରିଥିଲେ, େସମାନଙ୍କୁ ମଧ୍ୟ ଅଟକାଇ ପାରିଛି ବିେଜଡି।

ଆସ୍କା ପ୍ରାର୍ଥୀ ପ୍ରମିଳା ବିେଶାୟୀଙ୍କୁ ନବୀନ ହାଣ୍ଡିଶାଳରୁ ସଂସଦକୁ ପଠାଇବାରେ ସକ୍ଷମ େହାଇଛନ୍ତି। ସେହିଭଳି ସାତ ସାତଟି େଲାକସଭା ଆସନରେ ନବୀନ ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ (୩୩%) େଦଇଥିଲେ। ଏ ମଧ୍ୟରୁ ୫ ଜଣଙ୍କୁ ସଫଳତା ମିଳିଛି। ସୁନ୍ଦରଗଡରେ ବିେଜଡି ପ୍ରାର୍ଥୀ ପରାସ୍ତ େହାଇଛନ୍ତି ଓ ରିପୋର୍ଟ େଲଖା େହବା େବଳକୁ କୋରାପୁଟରେ କୌଶଲ୍ୟା ହିକକା ସଂଘର୍ଷ ଭିତରେ ରହିଛନ୍ତି।

ତେବେ କଡା ମୁକାବିଲା ଭିତରେ କିଛି ଗୁରୁତ୍ବପୂର୍ଣ୍ଣ ଆସନରେ ବିେଜଡିକୁ ଶକ୍ତ ଝଟକା ଲାଗିଛି। ନବୀନ ମନ୍ତ୍ରିମଣ୍ଡଳର କ୍ଷମତାଶାଳୀ ନେତା ତଥା ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ପରାସ୍ତ େହାଇଛନ୍ତି। ବିଜେଡି ଯୁବ ନେତା ସଂଜୟ ଦାସବର୍ମାଙ୍କୁ ମଧ୍ୟ ପରାଜିତ େହବାକୁ ପଡିଛି। ନବୀନଙ୍କ ଅନ୍ତରଙ୍ଗ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓ, ବିଧାୟକ ପ୍ରାର୍ଥୀ ଅର୍କକେଶରୀଙ୍କୁ େଭାଟର ପସନ୍ଦ କରିନାହାନ୍ତି। େସହିଭଳି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସରୋଜିନୀ ହେମ୍ବ୍ରମ୍ ଜିତିପାରିନାହାନ୍ତି।

େମାଦୀ ହାୱାରେ ଆକାଶରେ ଉଡୁଥିବା ବିଜେପି ମଧ୍ୟ ଦୁଲ୍‍ କରି ପଡିଛି ମାଟିରେ। ପ୍ରଥମେ ମିସନ ୧୨୦ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନିର୍ବାଚନ ପରେ ବିଧାନସଭାରେ ୭୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନର ସ୍ବପ୍ନ େଦଖୁଥିଲା େଗରୁଆ ଦଳ। ୩୦ ଡେଇଁପାରିଲାନି। ରିେପାର୍ଟ େଲଖାେହବା ବେଳକୁ ୨୨ ଆସନରେ ସଂଖ୍ୟା ସୀମିତ ରହିଛି। ସାନ୍ତ୍ବନାମୂଳକ ପୁରସ୍କାର ଭଳି େଲାକସଭାରେ ୮ଟି ଆସନ ମିଳିବା ଆଶା ଉଜ୍ଜ୍ବଳ।

କୌତୂହଳର କଥା ହେଲା, ବିଧାନସଭା ପ୍ରତିନିଧିତ୍ବ କରୁଥିବା କିଛି େନତା େଯମିତିକି ଦିଲ୍ଲୀପ ରାୟ, ଦୁର୍ଯ୍ୟୋଧନ ମାଝୀ ପ୍ରମୁଖ ମଇଦାନ ଛାଡି ଦେଇଥିଲେ। ନୀତିଶ ଗଙ୍ଗଦେବ ଓ ବସନ୍ତ ପଣ୍ଡା ସାଂସଦ ପ୍ରାର୍ଥୀ। ହେଲେ ବାକି ସମସ୍ତେ ହାରିଗଲେ, ବିେଜପି ବିଧାୟକ ଦଳ େନତା କନକ ବର୍ଧନଙ୍କ ସମେତ। ସେହିଭଳି ବିେଜପିର ହେଭିେଵଟ୍ େବାଲି ନିଜକୁ ଦାବି କରୁଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ବ୍ୟବଧାନରେ େଭାଟର େକନ୍ଦ୍ରାପଡାରେ ପରାସ୍ତ କରିଛନ୍ତି। ନୂଆଦିଲ୍ଲୀରୁ ଭୁବନେଶ୍ବର ଆସି ଓଡ଼ିଶାରେ ଭାଗ୍ୟ ପରୀକ୍ଷା ଲାଗି ପାଗ ଭିଡିଥିବା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପରାଜୟ ମୁହଁକୁ େଠଲି େହାଇଯାଇଛନ୍ତି। ତେବେ ମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ପ୍ରମୁଖ ନବୀନଙ୍କ େତଜରେ ମଳିନ ନପଡି ନିଜ ନିର୍ବାଚନମଣ୍ଡଳୀରେ ପଦ୍ମ ଫୁଟାଇଛନ୍ତି। ବିଧାନସଭାରେ କିନ୍ତୁ ବିେଜପିର ସେଭଳି କୌଣସି ହେଭିେଵଟ େନତା ଆସିପାରିନାହାନ୍ତି।

ସେହିଭଳି ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଅସ୍ତିତ୍ୱ ଏକପ୍ରକାର େଦାହଲିଯାଇଛି। ସ୍ଥିତି ଶୋଚନୀୟ। ଅଧିକାଂଶ ଆସନରେ ଦଳର ପ୍ରାର୍ଥୀ ଅମାନତ ହରାଇଛନ୍ତି। ବିଧାନସଭା ଆସନ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା (୯)କୁ ଖସିଆସିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଦୁଇଟି ଆସନରୁ ଲଢୁଥିଲେ। ଉଭୟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡିଛି। କେବଳ ସେ ନୁହେଁ, ପୂର୍ବତନ ପିସିସି ସଭାପତି ଜୟଦେବ େଜନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂହଦେଓ ପ୍ରମୁଖ କେହି ବି ନିର୍ବାଚନୀ ମଇଦାନରେ ତିଷ୍ଠି ପାରିନାହାନ୍ତି। ବିେରାଧୀ ଦଳ ଉପନେତା ଚିରଞ୍ଜୀବୀ ବିଶ୍ବାଳ ପ୍ରମୁଖ ବିଧାନସଭା ଆସିବା ସ୍ବପ୍ନ ଧୂଳିସାତ୍ େହାଇଯାଇଛି।

ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ଅଂଶୁମାନ ମହାନ୍ତି, ଡାକ୍ତର ପ୍ରଫୁଲ୍ଲ ମାଝୀ ପ୍ରମୁଖ ଚିତପଟାଙ୍ଗ୍ ମାରିଛନ୍ତି। ତେବେ ଦଳ ପାଇଁ ଆଶ୍ବାସନାର ଖବର େହଉଛି, ବିେରାଧୀ ଦଳ େନତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ବିଜୟ ଲାଭ କରିଛନ୍ତି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡିର ଏହି ଆଖି ତରାଟି ଦେଲା ଭଳି ସଫଳତା ବିଜେପି େନତାଙ୍କୁ ତାଜୁବ୍‍ କରିଦେଇଛି। େମାଦୀ ହାଵା ଦେଖି ବିଜେଡିର କିଛି େନତା ବି ଡରିଯାଇଥିଲେ େଯ ସଂଖ୍ୟା ୯୦ ତଳକୁ ଖସିଆସିବ। େଲାକସଭାରେ ଦଳକୁ ପୋଛିଦେବେ। ହେଲେ ଓଡ଼ିଶାରେ ମୋଦୀ ନୁହେଁ, ନବୀନ ସ୍ରୋତ ସମ୍ପୂର୍ଣ୍ଣ ଭାବେ ବହୁଥିଲା ଏକଥା କେହି ଅନୁମାନ କରିପାରିନଥିଲେ। ସେ ଉପକୂଳ ହେଉ କି ମଧ୍ୟ ଅଥବା ଦକ୍ଷିଣ କି ପଶ୍ଚିମ ସବୁଠି ନବୀନ ସ୍ରୋତର ପ୍ରଖରତାରେ ଅନ୍ୟ ସବୁ ଦଳ େଜାର ଆଘାତ ପାଇଛନ୍ତି। କଂଗ୍ରେସ ପରାଜୟକୁ ଏକ ପ୍ରକାର ସ୍ବୀକାର କରିନେଇଛି।

ମିଳିଥିବା ସୂଚନା ଅନୁସାରେ, ବିେଜଡିକୁ ବିଧାନସଭାରେ ପୂର୍ବାପେକ୍ଷା ଅଧିକ ସମର୍ଥନ ମିଳିଛି। ବିେଜଡି ୪୪.୭ ପ୍ରତିଶତ େଭାଟ ପାଇଥିବା ବେଳେ ବିେଜପି ପଞ୍ଚାୟତ ନିର୍ବାଚନର ସଫଳତାକୁ େଦାହରାଇଛି। ଦଳ ସପକ୍ଷରେ ୩୨.୬% େଭାଟର ମତ େଦଇଛନ୍ତି। କଂଗ୍ରେସ େଭାଟ ହାର ଭୟାନକ ଭାବେ କମି ୧୫.୯%ରେ ପହଞ୍ଚିଛି।

ସଂସଦରେ କିନ୍ତୁ ବିଧାନସଭା ଅପେକ୍ଷା ବିେଜପିକୁ ପାଖାପାଖି ୬ ପ୍ରତିଶତ ଅଧିକ େଭାଟ ମିଳିଥିବା ବେେଳ ବିେଜଡି ୨ ପ୍ରତିଶତ କମ୍ ପାଇଛି। େଲାକସଭା େକ୍ଷତ୍ରରେ ବିେଜଡିକୁ ୪୨.୭% ପ୍ରତିଶତ େଭାଟର ସମର୍ଥନ ଦେଇଥିଲେ। ବିେଜପି ୩୮.୪ % େଭାଟ ପାଇଛି। କଂଗ୍ରେସ େଭାଟ ପ୍ରତିଶତ ୧୩.୬%କୁ ହ୍ରାସ ପାଇଛି।

ଖାସ୍ ଏହି କାରଣରୁ ଭୋଟ୍‍ ବ୍ୟବଧାନର ବିପୁଳତା ଏଥର କ୍ବଚିତ୍ େକ୍ଷତ୍ରରେ େଦଖିବାକୁ ମିଳିଛି।

ସମ୍ବନ୍ଧିତ ଖବର