ସୋନପୁର: ନିର୍ବାଚନ ଜିତିବା ପରେ ବେଆଇନ ଭାବେ ବନ୍ଧୁକ ଫୁଟାଇ ବିଜୟ ଉତ୍ସବ ପାଳନ କଲେ ବିଜେଡିର ବିଜୟୀ କାଉନସିଲର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦର ୯ ନମ୍ବର ୱାର୍ଡରୁ ବିଜୟୀ ହୋଇଥିବା ବିଜେଡିର କଇରୁ ସ୍ୱାଇଁ ଦେଖାଇଛନ୍ତି ଏଭଳି କାରନାମା । ଫଳାଫଳ ଘୋଷଣା ପରେ ନିଜ ୯ୱାର୍ଡରେ ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି କଇରୁ ସ୍ୱାଇଁ ବିଜେଡିର ଜଣେ ବିରଷ୍ଟ ନେତା ହୋଇଥିବାବେଳେ ପୁର୍ବରୁ ସେ ସୋନପୁର ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ତେବେ ଆଜି ସାଧାରଣ ସ୍ଥାନରେ ବନ୍ଧୁକ ଫୁଟାଇ ସେଲିବ୍ରେସନ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏବେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏବେ ପ୍ରଶ୍ନ ଉଠୁଛି ଏଭଳି ସାଧାରଣ ସ୍ଥାନରେ ବ୍ୟବହାର ହୋଇଥିବା ବନ୍ଧୁକଟି କାହାର । ବନ୍ଧୁକ ଲାଇସନ୍ସ ଅଛି ନା ନାହିଁ । ସଧାରଣ ସ୍ଥାନରେ ଏଭଳି ବନ୍ଧୁକ ଫୁଟାଇବାକୁ କିଏ ଦେଲା ଅନୁମତି । ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବାବେଳେ ଜିଲ୍ଲା ପୁଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା । ତେବେ ଏନେଇ କଇରୁ ସ୍ୱାଇଁ ଏବଂ ପୋଲିସର ପ୍ରତିକ୍ରିୟା ମିଳିପାରିନାହଁ ।