ଭୁବନେଶ୍ବର: ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସରି ଯାଇଥିବାବେଳେ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ମୋଟ୍ ୮୫୧ରୁ ଏଯାବତ୍ ୮୪୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷିତ ହୋଇଛି। ଏଥିମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ବାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି। ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି।
ସୋମବାର ଥିଲା ଗଣତିର ତୃତୀୟ ତଥା ଶେଷ ଦିନ। ମଙ୍ଗଳବାର ତଥା ବର୍ତ୍ତମାନ ବି ଶେଷ ପର୍ଯ୍ୟାୟ ଗଣତି ଜାରି ରହିଛି। ସକାଳ ୬ଟା ୪୫ ସୁଦ୍ଧା ଫଳାଫଳରୁ ଜଣାପଡିଥିଲା ଯେ, ରାଜ୍ୟରେ ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଜୋନରୁ ପ୍ରାୟ ଜୋନର ଫଳାଫଳ ଘୋଷିତ ହୋଇଥିଲା। ସେଥିରୁ ୭୬୫ ଜିଲ୍ଲା ପରିଷଦ ଜୋନରେ ବିଜୟୀ/ଆଗୁଆ ରହିଥିଲା। ବିଜେପି ୪୨ ଜୋନରେ ବିଜୟୀ/ଆଗୁଆ ଥିଲା। କଂଗ୍ରେସ ବି ୩୭ ଜୋନରେ ବିଜୟୀ/ଆଗୁଆ ରହିଥିଲା।
କଂଗ୍ରେସଠାରୁ ଆଉ ୭ ଆସନ ଅଧିକ ପାଇ ବିଜେପି ଦ୍ବିତୀୟ ସ୍ଥାନକୁ ଉଠିଥିଲା। ଏଥିସହିତ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବାବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି। ଗତ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ହରାଇବାକୁ ପଡ଼ିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବା ବେଳେ କଂଗ୍ରେସରେ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡ଼ିଛି।