କଟକ ମେୟର ନିର୍ବାଚନ : ୪୫,୨୦୬ ଭୋଟରେ ଜିତିଲେ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂହ

କଟକ: ଉଭୟ ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମରେ ବିଜୁ ଜନତା ଦଳର ପ୍ରାର୍ଥୀ ବଡ଼ ବ୍ୟବଧାନରେ ଜିତିବା ପରେ କଟକ ମହାନଗର ନିଗମ ପାଇଁ ହୋଇଥିବା ମେୟର ନିର୍ବାଚନରେ ବିଜେଡିର ପ୍ରାର୍ଥୀ ସୁବାସ ସିଂ ମଧ୍ୟ ସେଇ ସଫଳତାକୁ ଦୋହରାଇଛନ୍ତି। ରାଜ୍ୟର ପୁରାତନ ସହର କଟକର ବାସିନ୍ଦା ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଉପରେ ଆସ୍ଥା ଜାହିର କରିଛନ୍ତି। ତେବେ ଭୁବନେଶ୍ବର ଓ ବ୍ରହ୍ମପୁରରେ ଦ୍ବିତୀୟ ସ୍ଥାନରେ ଥିବା ବିଜେପି କଟକରେ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ବିଜୟୀ ପ୍ରାର୍ଥୀଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଭାବେ ସାମ୍ନାକୁ ଆସି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସୁବାସ ସିଂଙ୍କୁ ୧୧୩୫୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ଗିରିବାଳା ୬୮୩୫୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୪୯୨୨୩ ଖଣ୍ଡ ଭୋଟ ମିଳିଛି। ଅନ୍ୟ ପକ୍ଷରେ କଟକର ୫୯ଟି ୱାର୍ଡ ମଧ୍ୟରୁ ୩୮ଟି ବିଜେଡି ହାତକୁ ଯାଇଥିବାବେଳେ ଦୁଇ ବିରୋଧୀ ଦଳ କଂଗ୍ରେସ(୮) ଓ  ବିଜେପି(୭) ସହ ସ୍ୱାଧୀନ ପ୍ରାର୍ଥୀ ୬ଟି ୱାର୍ଡ ହାତେଇପାରିଛନ୍ତି | ନିମ୍ନରେ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡରେ ବିଜୟ ଲାଭ କରିଥିବା କର୍ପୋରେଟର ପ୍ରାର୍ଥୀମାନଙ୍କ ତାଲିକା ପ୍ରଦାନ କରାଗଲା।

YouTube

ସିଏମସି କର୍ପୋରେଟର
ୱାର୍ଡ ୧: ଭାନୁ ସେନାପତି(କଂଗ୍ରେସ) ବିଜୟୀ ୧୯୨୦
ୱାର୍ଡ ୨: ପୁସ୍ପିତା ମହାନ୍ତି ( ବିଜେଡି) ବିଜୟୀ ୧୫୨୫
ୱାର୍ଡ ୪: ପ୍ରିୟମ୍ବଦା ମହାନ୍ତି( ବିଜେଡି) ବିଜୟୀ ୧୦୬୮
ୱାର୍ଡ ୫: ପ୍ରିୟମ୍ବଦା ସ୍ବାଇଁ ( ସ୍ୱାଧୀନ) ବିଜୟୀ ୧୦୭୩
ୱାର୍ଡ ୬: ରିତାଞ୍ଜଳି ବେହେରା( ବିଜେଡି) ବିଜୟୀ ୧୫୪୧
ୱାର୍ଡ ୭: ମମତା ନାୟକ( ବିଜେଡି) ବିଜୟୀ ୧୪୦୧
ୱାର୍ଡ ୮: ନମିତା ବାରିକ( ବିଜେଡି) ବିଜୟୀ ୧୧୦୭
ୱାର୍ଡ ୯: ବିକାଶ ରଂଜନ ବେହେରା (ସ୍ୱାଧୀନ) ବିଜୟୀ ୧୯୧୩
ୱାର୍ଡ ୧୦: ମୋନାଲିସା ଦାସ( ବିଜେଡି) ବିଜୟୀ ୨୦୨୨
ୱାର୍ଡ ୧୧: ଆରତି ସାହୁ( ବିଜେଡି) ବିଜୟୀ ୧୭୦୯
ୱାର୍ଡ ୧୨: ଦୀପଞ୍ଜଳି ସିଂହ( ବିଜେଡି) ବିଜୟୀ ୨୦୭୧
ୱାର୍ଡ ୧୩: ସତ୍ୟରଂଜନ ତ୍ରିପାଠୀ( ବିଜେଡି) ବିଜୟୀ ୨୫୯୮
ୱାର୍ଡ ୧୪: ବସନ୍ତ କୁମାର ବେହେରା( ବିଜେଡି) ବିଜୟୀ ୨୬୫୪
ୱାର୍ଡ ୧୫: ରିତା ମହାନ୍ତି( ବିଜେଡି) ବିଜୟୀ ୨୦୩୧
ୱାର୍ଡ ୧୬: ଲଷ୍ମୀପ୍ରିୟା ବେହେରା( ବିଜେଡି) ବିଜୟୀ ୨୩୫୧
ୱାର୍ଡ ୧୭: ଏ ଶ୍ରୀଦେବୀ ( ବିଜେଡି) ବିଜୟୀ ୨୨୧୪
ୱାର୍ଡ ୧୮: ମହମ୍ମଦ ଇଫତାର ଆଲାମ( ବିଜେଡି) ବିଜୟୀ ୧୩୬୮
ୱାର୍ଡ ୧୯: କୁରେଶ ନୁର( ବିଜେଡି) ବିଜୟୀ ୨୮୫୪
ୱାର୍ଡ ୨୦: ଲଷ୍ମୀଧର ବେହେରା( ବିଜେଡି) ବିଜୟୀ ୧୩୯୧
ୱାର୍ଡ ୨୧: ଅଶୋକ କୁମାର ଶର୍ମା( ବିଜେଡି) ବିଜୟୀ ୨୫୧୭
ୱାର୍ଡ ୨୨: ଚନ୍ଦନ ଜେନା( ବିଜେଡି) ବିଜୟୀ ୨୦୫୭
ୱାର୍ଡ ୨୩: ଅରୁନ୍ଧତୀ କର( ବିଜେଡି) ବିଜୟୀ ୧୭୩୮
ୱାର୍ଡ ୨୪: ଦୀପ୍ତିମୟୀ ମୂଲିଆ ( ବିଜେଡି) ବିଜୟୀ ୧୬୨୯
ୱାର୍ଡ ୨୬: ସତ୍ୟରାମ ସାହୁ ( ବିଜେଡି) ବିଜୟୀ ୧୯୫୬
ୱାର୍ଡ ୨୭: ଇତିଶ୍ରୀ ଦାସ ( ବିଜେଡି) ବିଜୟୀ ୧୪୪୫
ୱାର୍ଡ ୨୮: ବନାଲତା ପ୍ରଧାନ ( ବିଜେଡି) ବିଜୟୀ ୧୮୯୧
ୱାର୍ଡ ୨୯: ସୁମିତ୍ରା ବସ୍ତିଆ ( ସ୍ୱାଧୀନ) ବିଜୟୀ ୧୨୩୪
ୱାର୍ଡ ୩୦: ରବି ନାରାୟଣ ସାହୁ ( ବିଜେଡି) ବିଜୟୀ ୧୨୯୦
ୱାର୍ଡ ୩୧: ପଦ୍ମିନୀ ସାହୁ ( ସ୍ୱାଧୀନ) ବିଜୟୀ ୨୧୬୧
ୱାର୍ଡ ୩୨: ପ୍ରଦୀପ ସାହୁ( ବିଜେଡି) ବିଜୟୀ ୧୫୮୮
ୱାର୍ଡ ୩୩: କେ ଜେଡ ଆଫ୍ରିନ( ବିଜେଡି) ବିଜୟୀ ୧୮୭୭
ୱାର୍ଡ ୩୪: ଦୀପକ କୁମାର ଦାସ( ବିଜେପି) ବିଜୟୀ ୧୮୮୨
ୱାର୍ଡ ୩୫: ଜେ କାମେଶ୍ୱର ରାଓ( କଂଗ୍ରେସ) ବିଜୟୀ ୧୮୭୫
ୱାର୍ଡ ୩୬: ମଧୁସ୍ମିତା ବାରିକ( ବିଜେଡି) ବିଜୟୀ ୧୩୦୨
ୱାର୍ଡ ୩୭: ଯତୀନ କୁମାର ବେହେରା( ବିଜେଡି) ବିଜୟୀ ୧୯୫୪
ୱାର୍ଡ ୩୮: ସୁବାସିସ କୁମାର ପଟ୍ଟନାୟକ( କଂଗ୍ରେସ) ବିଜୟୀ ୧୨୧୮
ୱାର୍ଡ ୩୯: ବଟକୃଷ୍ଣ ସାହୁ( କଂଗ୍ରେସ) ବିଜୟୀ ୧୫୩୦
ୱାର୍ଡ ୪୦: ଝିଲି ବିହାରୀ( ବିଜେଡି) ବିଜୟୀ ୧୦୩୧
ୱାର୍ଡ ୪୧: ଶୌର୍ଣ୍ଣ ପ୍ରଭା ପଶାୟତ( କଂଗ୍ରେସ) ବିଜୟୀ ୧୯୧୦
ୱାର୍ଡ ୪୨: ମିନା ସାହୁ( ସ୍ୱାଧୀନ) ବିଜୟୀ ୨୯୯୦
ୱାର୍ଡ ୪୩: ପ୍ରମିଳା ମହାନ୍ତି( ବିଜେଡି) ବିଜୟୀ ୨୪୭୩
ୱାର୍ଡ ୪୪: ପ୍ରଦୀପ୍ତ କିଶୋର ଖୁଣ୍ଟିଆ( ବିଜେଡି) ବିଜୟୀ ୨୫୫୭
ୱାର୍ଡ ୪୫: ଗୋପାଳ ବେହେରା(ବିଜେପି) ବିଜୟୀ ୧୬୨୧
ୱାର୍ଡ ୪୬:ପ୍ରଳୟା ବେଉରା(ବିଜେଡି) ବିଜୟୀ ୧୧୭୪
ୱାର୍ଡ ୪୭:ଚୌଧୁରୀ ସୁବ୍ରତ ଘଡ଼ାଇ(ବିଜେଡି) ବିଜୟୀ ୧୪୩୬
ୱାର୍ଡ ୪୮: ନଳିନୀ ବେହେରା (ବିଜେଡି) ବିଜୟୀ ୧୫୭୯
ୱାର୍ଡ ୪୯: ଦମୟନ୍ତୀ ମାଝୀ( ବିଜେଡ଼ି) ବିଜୟୀ ୨୫୧୩
ୱାର୍ଡ ୫୦: ସନ୍ତୋଷ କୁମାର ଭୋଳ( କଂଗ୍ରେସ) ବିଜୟୀ ୨୧୩୭
ୱାର୍ଡ ୫୧: ରାକେଶ ସ୍ବାଇଁ( ବିଜେପି) ବିଜୟୀ ୨୮୩୩
ୱାର୍ଡ ୫୨: ସୌଭାଗିନୀ ଜେନା( ବିଜେଡ଼ି) ବିଜୟୀ ୨୦୫୭
ୱାର୍ଡ ୫୩: ଅରବିନ୍ଦ ଜେନା( ବିଜେଡ଼ି) ବିଜୟୀ ୧୩୦୬
ୱାର୍ଡ ୫୪:ତାପସ ରଂଜନ ସାମନ୍ତରାୟ( ବିଜେଡ଼ି) ବିଜୟୀ ୨୨୮୬
ୱାର୍ଡ ୫୫: ବିଶ୍ଵବନ୍ଦିତା ପଣ୍ଡା( ବିଜେଡ଼ି) ବିଜୟୀ ୨୭୬୬
ୱାର୍ଡ ୫୬: ଲିପ୍ସା ନାୟକ( ବିଜେପି) ବିଜୟୀ ୨୫୭୯
ୱାର୍ଡ ୫୭: ପୂର୍ଣ୍ଣିମା ସ୍ବାଇଁ( ବିଜେଡ଼ି) ବିଜୟୀ ୧୮୪୭
ୱାର୍ଡ ୫୮: ଜନାର୍ଦ୍ଧନ ପରିଡା(କଂଗ୍ରେସ) ବିଜୟୀ ୨୮୨୦
ୱାର୍ଡ ୫୯: ମମତା ମହାନ୍ତି( ବିଜେପି) ବିଜୟୀ ୨୧୨୭

 

ସମ୍ବନ୍ଧିତ ଖବର