ଭୁବନେଶ୍ୱର: ବିଜେପୁର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଖଣ୍ଡ ଭୋଟ୍ରେ ପରାସ୍ତ କରିବା ସହିତ ବିଜେପୁରର ନୂତନ ବିଧାୟିକା ନିର୍ବାଚିତ ହୋଇଛନ୍ତି। ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ୍ ମିଳିଛି।
/sambad/media/post_attachments/wp-content/uploads/2018/02/fe4de4e5-3f4f-4375-ad33-db151fda1963-1-1024x681.jpg)
ଏହି ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ସେମାନଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ସହିତ ମୋଟ୍ ୧୧ ଜଣ ପ୍ରାର୍ଥୀ ଅମାନତ ହାରିଛନ୍ତି । ବିଜେପୁର ଭୋଟର ବିଜୁ ଜନତା ଦଳ ଓ ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ବିଜୟୀ କରାଇଛନ୍ତି।
/sambad/media/post_attachments/wp-content/uploads/2018/02/bije-2-424x1024.jpg)
ସୂଚନାଯୋଗ୍ୟ ଯେ କଂଗ୍ରସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏଠାରେ ଖାଲିି ପଡ଼ିଥିବା ବିଧାୟକ ପଦବି ପାଇଁ ଗତ ୨୪ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ପକ୍ଷରୁ ସ୍ୱର୍ଗତ ସାହୁଙ୍କ ବିଧବା ରୀତା ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଜେପୁର ନିର୍ବାଚନ ମଣ୍ଡଳିର ୮୨ ପ୍ରତିଶତ ଭୋଟର ମତଦାନ କରିଥିଲେ। ଆଜି ଭୋଟ ଗଣତିର ପ୍ରଥମରୁ ଶେଷ ପର୍ଯ୍ୟାୟ ଗଣତି ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ରୀତା ସାହୁ ସବୁ ପର୍ଯ୍ୟାୟରେ ଆଗୁଆ ରହିବା ସହିତ ବିଜୟୀ ହୋଇଛନ୍ତି।
/sambad/media/post_attachments/wp-content/uploads/2018/02/bjd-bbsr1-1024x768.jpg)
ବିଜେଡି ବିଜେପୁର ବିଧାନସଭା ଉପନିର୍ବାଚନକୁ ୪୦ ହଜାରୁ ଅଧିକ ଭୋଟ୍ ଜିଣିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁର ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଓଡ଼ିଶାବାସୀ ଶାନ୍ତିପ୍ରିୟ। ଏଠାରେ ହିଂସାତ୍ମକ କାର୍ଯ୍ୟକୁ ଲୋକେ ପସନ୍ଦ କରନ୍ତି ନାହିଁ।
/sambad/media/post_attachments/wp-content/uploads/2018/02/bjd-bbsr-1024x768.jpg)
ବିଜେପୁରରେ ବିଜେଡି ବିପୁଳ ବିଜୟ ପରେ ବୁଧବାର ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖୁସିର ମାହୋଲ ଦେଖାଯାଇଛି। ଗୋଟିଏ ଦିନ ପରେ ପବିତ୍ର ପର୍ବ ହୋଲି ଆସିବାକୁ ଥିବା ବେଳେ, ବିଜେଡି କର୍ମୀମାନେ ଆଜିଠାରୁ ବିଜୟ ହୋଲି ଖେଳିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Bijepur-Election_Design_Feature-Image.jpg)