ବ୍ରହ୍ମପୁର: ପୁଲିସ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁରର ପୁଲିସ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଜୁ ଜନତା ଦଳ(ବିଜେଡି)ର ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର ପୁଲିସ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ରହିଛି। ମୀନାକ୍ଷିଙ୍କୁ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ମୀନାକ୍ଷିଙ୍କ ପୁଅ ରାଜାଙ୍କୁ ନିକଟରେ ପୁଲିସ୍‌ ଗିରଫ କରିଛି। ନିଜ ପୁଅର ଗିରଫଦାରୀକୁ  ବିରୋଧ କରି ମୀନାକ୍ଷି ଏସ୍‌ପିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ତାଙ୍କ କହିବା କଥା ହେଲା, ‘ସିସିଟିଭି ଫୁଟେଜ୍‌ରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଜ‌ାନୁଆରି ୨୮ ତାରିଖରେ ସ୍ପଷ୍ଟ ଦିବାଲୋକରେ ଦଳେ ଲୋକ ମୋ ପୁଅକୁ ଏକ କ୍ରିକେଟ୍‌ ବ୍ୟାଟ୍‌ରେ ଭୀଷଣ ପିଟି‌ଥିଲେ। କେଉଁ ଆଧାରରେ ପୁଲିସ୍‌ ମୋ ପୁଅକୁ ଗିରଫ କରିଛି, ଯିଏକି ସଂପୂର୍ଣ୍ଣ ନିର୍ଦୋଷ।’

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଗାଡ଼ି ପାର୍କିଂକୁ ନେଇ ମୀନାକ୍ଷିଙ୍କ ପୁଅ ଓ କିଛି ଲୋକଙ୍କ ଭିତରେ ବଚସା ହୋଇଥିଲା। ଫଳରେ ସେମାନେ ସଂଘବଦ୍ଧ ହୋଇ ମୀନାକ୍ଷିଙ୍କ ପୁଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ଯାହାକି ସିସିଟିଭିରେ ବି ଏକଦ ହୋଇଥିଲା।

ସମ୍ବନ୍ଧିତ ଖବର