ବିଭିନ୍ନ ଜିଲ୍ଲା ପାଇଁ ବିଜେଡି ମହିଳା ପ୍ରଭାରୀ ନିଯୁକ୍ତ, କୋରାପୁଟ ଜିଲ୍ଲା ଦାୟିତ୍ବରେ ମୀରା ପରିଡା

ଭୁବନେଶ୍ୱର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସବୁ ଜିଲ୍ଲା ପାଇଁ ବରିଷ୍ଠ ମହିଳା ନେତ୍ରୀମାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନେତ୍ରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାର ବିଜେଡି ମହିଳା ଶାଖାର ସାଂଗଠନିକ କାର୍ଯ୍ୟର ତଦାରଖ କରିବେ। ଏ ସଂକ୍ରାନ୍ତରେ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ ଇସ୍ତାହାର ଜରିଆରେ ଜଣାଇଛନ୍ତି।

ଗଞ୍ଜାମ ଜିଲ୍ଲା ଦାୟିତ୍ବ ଗୀତା ବସ୍ତିଆଙ୍କୁ ଦିଆଯାଇଛି। ଏହି କ୍ରମରେ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, କସ୍ତୁରୀ ମହାପାତ୍ରଙ୍କୁ ଖୋର୍ଧା/ଭୁବନେଶ୍ବର, ଉର୍ମିଳା ଦାସଙ୍କୁ ମୟୂରଭଞ୍ଜ, ପ୍ରଭାସିନୀ ଷଡଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ସୁନ୍ଦରଗଡ, ସିଗ୍ନଧା ପାଣିଗ୍ରାହୀଙ୍କୁ ରାୟଗଡା, ଭାରତୀ ସିଂହଙ୍କୁ ବାଲେଶ୍ବର, କୁଞ୍ଜଲତା ସାମଲଙ୍କୁ ନୟାଗଡ, ସଞ୍ଜୁକ୍ତା ମହଲାଙ୍କୁ ଜଗତସିଂହପୁର ଦାୟିତ୍ବ ଦିଆଯାଇଛି।

ସେହିଭଳି ନିବେଦିତା ମହାନ୍ତିଙ୍କୁ ମାଲକାନଗିରି, ସଂଘମିତ୍ରା ଦଳେଇଙ୍କୁ କନ୍ଧମାଳ, ରିଜଵାନା ବେଗମଙ୍କୁ ଯାଜପୁର, ମୀନତି ଦେବତାଙ୍କୁ ସମ୍ବଲପୁର, ମୀରା ରାଉତଙ୍କୁ କେନ୍ଦ୍ରାପଡ଼ା, ସରୋଜିନୀ ରାଜଙ୍କୁ ବଲାଙ୍ଗୀର, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ସଞ୍ଜୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି, ସନ୍ଧ୍ୟା ବିଶ୍ବାଳଙ୍କୁ ପୁରୀ, ରଂଜୁଲତା ରାୟଙ୍କୁ ସୋନପୁର, ରୁୁନୁ ଜେନାଙ୍କୁ ନୂଆପଡା, ମୀରା ପରି଼ଡାଙ୍କୁ କୋରାପୁଟ, ନିବେଦିତା ନାୟକଙ୍କୁ ବରଗଡ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

ସରୋଜିନୀ ମହାପାତ୍ରଙ୍କୁ ଭଦ୍ରକ, ସମ୍ପା ମଜୁମଦାରଙ୍କୁ ନବରଙ୍ଗପୁର, ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଢେଙ୍କାନାଳ, ସାଗରିକା ମିଶ୍ରଙ୍କୁ ଝାରସୁଗୁଡା, ବାସନ୍ତୀ ସିଂହଙ୍କୁ ବୌଦ୍ଧ, ବନଜା ମହାନ୍ତିଙ୍କୁ ଦେବଗଡ ଏବଂ ବାସନ୍ତୀ ମହାପାତ୍ରଙ୍କୁ ଗଜପତି ଜିଲ୍ଲା ପ୍ରଭାରୀ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର