ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ଯୁବ ଓ ଛାତ୍ର ଶାଖାର ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି। ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଏବଂ ଇପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପାଖାପାଖି ଏକ ବର୍ଷ ହେଲା ଉଭୟ ପଦବି ଖାଲି ପଡ଼ିଥିଲା। ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଏହି ନିଯୁକ୍ତିକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି।
ତେବେ ଏପର୍ଯ୍ୟନ୍ତ ବିଜେଡ଼ିର ମହିଳା ମୋର୍ଚ୍ଚାର ସଭାପତି ପଦବି ଖାଲି ରହିଛି। କିଏ ସେହି ପଦବି ହାତେଇବେ ସେନେଇ କଳ୍ପାନଜଳ୍ପାନ ପ୍ରକାଶ ପାଇବାରେ ଲାଗିଛି।
ଦଳର ମହିଳା ମୋର୍ଚ୍ଚା ସଭାପତି ପଦ ଦୌଡ଼ରେ ଆଗଧାଡ଼ିର ଅନେକ ନେତ୍ରୀ ରହିଛନ୍ତି। ତେବେ ଦଳର ସଭାପତି ନବୀନ ପଟ୍ଟନାୟକ କାହାକୁ ଏହି ଦାୟିତ୍ବ ଦେବେ ଯାହା ଦ୍ବାରା ରାଜ୍ୟର ମହିଳା କର୍ମୀଙ୍କ ମଧ୍ୟରେ ପୁଣି ନୂଆ ଉତ୍ସାହ ସୃଷ୍ଟି ହେବା ସହିତ ଦଳ ପୁଣି ତୃଣମୂଳ ସ୍ତରରେ ସଂଗଠିତ ହୋଇ ପାରିବ।
Naveen Pattnaik
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/08/27/bjd-womens-wing-president-who-will-naveen-hold-accountable-2025-08-27-22-49-42.jpg)