ଗଡ଼ ବଜାୟ ରଖିଲା ବିଜେଡି

ପୁରୁଣା ଭୁବନେଶ୍ବର: ୨୯ନଂ ଜିଲ୍ଲା ପରିଷଦ ଜୋନ୍‌‌ରେ ବିଜେଡି ପ୍ରାର୍ଥୀ ସୁବାସ ସୁନ୍ଦରରାୟ ୪୬୭ ଖଣ୍ଡ ଭୋଟ୍‌‌‌‌ରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁଜିତ ବଲବନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ମଧ୍ୟରାତିରେ ଏହି ଫଳାଫଳ ଘୋଷଣା ହେବା ପରେ ସମର୍ଥକଙ୍କ ଗହଣରେ ସୁବାସ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏଠାରୁ ବିଜେଡି ଜିଲ୍ଲା ପରିଷଦ ଆସନ ହାତେଇଥିଲା। ତେଣୁ ଏଥରକ ବିଜେଡିର ଗଡ଼ ସୁରକ୍ଷିତ ରଖିବାରେ ସମର୍ଥ ହୋଇପାରିଛି ବୋଲି କୁହାଯାଉଛି।

୨୮ ନଂ ଜୋନ୍‌ରେ ବିଜେଡି ୩୦୧ ଭୋଟ୍‌ରେ ବିଜୟୀ

ମେଣ୍ଢାଶାଳ: ୨୮ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଭାତ ପରିଡ଼ା ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଶ୍ୱନାଥ ପିଙ୍ଗୁଆଙ୍କୁ ୩୦୧ ଭୋଟ୍‌ରେ ହରାଇଛନ୍ତି। ସେହିପରି ଭୁବନେଶ୍ୱର ବ୍ଲକର ୬ଟି ପଞ୍ଚାୟତ ମଧ୍ୟରୁ କଣ୍ଟାବାଡ଼ର ସମିତି ସଭ୍ୟ ପ୍ରାର୍ଥୀ ସସ୍ମିତା ବେହେରା ତାଙ୍କ ପ୍ରତିଦ୍ୱନ୍ଦ୍ବୀ ସାବିତ୍ରୀ ସିଂଙ୍କୁ ୨୫୦ ଭୋଟରେ ପରାଜିତ କରିଛନ୍ତି। ପ୍ରଭାସିନୀ ସାହୁଙ୍କଠାରୁ ୩୪ ଖଣ୍ଡ ଭୋଟ୍‌ ଅଧିକ ପାଇ ସରପଞ୍ଚ ଭାବେ ଲକ୍ଷ୍ମୀ ସାହୁ ବିଜୟୀ ହୋଇଛନ୍ତି। ଚନ୍ଦକା ସମିତି ସଭ୍ୟ ଭାବେ ଆକାଶ ବେହେରା ଜିତିଛନ୍ତି। ସରପଞ୍ଚ ଭାବେ ଅଜୟ ବେହେରା ବିଜୟ ଲାଭ କରିଛନ୍ତି।

ଦାରୁଠେଙ୍ଗ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଅଜିତ ଶ୍ରୀଚନ୍ଦନ ଓ ସରପଞ୍ଚ ଭାବେ ତପନ ଚକ୍ରବର୍ତ୍ତୀ ବିଜୟ ହୋଇଛନ୍ତି। ଅନ୍ଧାରୁଆ ସରପଞ୍ଚ ଭାବେ ସ୍ୱର୍ଣ୍ଣଲତା ବଳିୟାରସିଂହ ତାଙ୍କ ପ୍ରତିଦ୍ୱନ୍ଦ୍ବୀ ବିଦ୍ୟୁତପ୍ରଭା ପ୍ରଧାନଙ୍କୁ ୭୪୦ ଖଣ୍ଡ ଭୋଟ୍‌ରେ ହରାଇଛନ୍ତି। ସମିତି ସଭ୍ୟ ପ୍ରାର୍ଥୀ ଜ୍ୟୋତ୍ସ୍ନା ଦେହୁରୀ ତାଙ୍କର ପ୍ରତିଦ୍ୱନ୍ଦୀ ପୁଷ୍ପାରାଣୀ ସ୍ବାଇଁଙ୍କଠାରୁ ୧୨୦୭ ଭୋଟରେ ଜିତିଛନ୍ତି। ମଳିପଡ଼ା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଲୁସିବାଳା ମଙ୍ଗରାଜ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ମମତା ଲେଙ୍କାଙ୍କ ଠାରୁ ୩୪୪ ଖଣ୍ଡ ଅଧିକ ଭୋଟ ପାଇଛନ୍ତି।

ସରପଞ୍ଚ ପ୍ରାର୍ଥୀ ସୁନୀଲ କୁମାର ମୁଦୁଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଯଶୋବନ୍ତ ମହାନ୍ତିଙ୍କୁ ୨୭ ଖଣ୍ଡ ଭୋଟରେ ପରାଜିତ କରିଛନ୍ତି। ସେହିପରି ମେଣ୍ଢାଶାଳ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ସରୋଜ କୁମାର ବେହେରା ବିଜୟୀ ହୋଇଛନ୍ତି। ସରପଞ୍ଚ ପ୍ରାର୍ଥୀ କୌଶଲ୍ୟା ବଳିୟାରସିଂହ ତାଙ୍କର ପ୍ରତିଦ୍ୱନ୍ଦ୍ବୀ ବିଷ୍ଣୁପ୍ରସାଦ ବାହିନୀପତିଙ୍କୁ ୬୬୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ସମ୍ବନ୍ଧିତ ଖବର