ଧାମନଗର ଏନ୍‌ଏସି ନିର୍ବାଚନରେ ବିଜେଡିର ବାଜିମାତ୍‌

ନିବେଦିତା ଜେନା ହାତେଇଲେ ଅଧ୍ୟକ୍ଷା ପଦ

ଧାମନଗର: ଧାମନଗର ଏନ୍‌ଏସିରେ କାଉନ୍‌ସିଲର ଓ ଅଧ୍ୟକ୍ଷା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ୧୧ଟି ୱାର୍ଡ‌ରେ କଂଗ୍ରେସ, ବିଜେପି, ଆପ୍‌ ଓ ବିଜେଡିର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ୁଥିବା ବେଳେ ଅଧିକାଂଶ ୱାର୍ଡରେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଅଧ୍ୟକ୍ଷା ପଦ ପାଇଁ ଲଢ଼ୁଥିବା ବିଜେଡିର ନିବେଦିତା ଜେନା ୬୦୨୬ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ପୁଷ୍ପଶ୍ରୀ ମହାନ୍ତି ୪୯୮୦ ଖଣ୍ଡ, ଆପ୍‌ର ପ୍ରମିଳା ବେହେରା ୪୮ ଖଣ୍ଡ ଓ କଂଗ୍ରେସର ପ୍ରମିଳା ସେଠୀ ୨୨୧୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ନିବେଦିତା ବିଜୟୀ ହେବା ସହ ଧାମନଗର ଏନ୍‌ଏସିର ପ୍ରଥମ ଅଧ୍ୟକ୍ଷା ହୋଇଛନ୍ତି।

ସେହିପରି ୨ ନମ୍ୱର ୱାର୍ଡରେ ଜାନକୀଲତା ସେଠୀ ୪୬୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ପୁଷ୍ପାଞ୍ଜଳି ବେହେରା ୪୦୯ ଖଣ୍ଡ ଭୋଟ୍‌ଛନ୍ତି। ୩ ନମ୍ୱର ୱାର୍ଡରେ ଉମ୍ମେତୁଲ ଅଏନୁ ୫୫୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବାବାଜୀ ପରିଡ଼ା ୫୫୨ ଖଣ୍ଡ ଭୋଟ୍‌ ପାଇଛନ୍ତି। ୪ ନମ୍ୱର ୱାର୍ଡରେ ସେକ ଜୟନୁଲ ହକ ବିଜୟୀ ହୋଇଥିବା ବେଳେ  ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିଲେ ମୁସ୍ତରି ଖତୁନ। ୫ ନମ୍ୱର ୱାର୍ଡରେ ଅନୁ ମୁଣ୍ଡା ୮୧୧ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।

୬ ନମ୍ୱର ୱାର୍ଡରେ ୱାସିମ୍ ୟାଜଦାନି କାଦରୀ ୭୬୩ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ରାହେମତ ଖାନ ୪୪୯ ଖଣ୍ଡ ଭୋଟ୍‌ ପାଇଛନ୍ତି। ୮ ନମ୍ବର ୱାର୍ଡରେ ରହିମା ଖାତୁନ ୭୦୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କବିତା ରାଣୀ ରାୟ ୬୮୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ୯ ନମ୍ବର ୱାର୍ଡରେ ନଜମା ଖାତୁନ ୭୦୩ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସୁନେର ଖତୁନ ୬୭୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ୧୦ ନମ୍ବର ୱାର୍ଡରେ ଅନସୂୟା ମଲ୍ଲିକ ୫୬୨ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇ ଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ମୁନେର ବିବି ୪୭୫ ଖଣ୍ଡ ଭୋଟ୍‌ ପାଇଛନ୍ତି। ୧୧ ନମ୍ବର ୱାର୍ଡରେ ସୁବାସିନୀ କର ୬୦୯ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ ୪୯୧ ଖଣ୍ଡ ଭୋଟ୍‌ ପାଇଛନ୍ତି। ୧ ନମ୍ୱର ୱାର୍ଡରେ ଉତ୍ତମ କୁମାର ମହାନ୍ତି ୬୧୯ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜଗଦୀଶ ପାତ୍ର ୩୯୯ ଖଣ୍ଡ ଭୋଟ୍‌ ପାଇଛନ୍ତି।

୭ ନମ୍ୱର ୱାର୍ଡରେ ସମ୍ବିତ ଦାସ ୪୮୫ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୟକେତନ ସାହୁ ୪୪୯ ଭୋଟ୍‌ ପାଇଛନ୍ତି। ମୋଟ ୧୧ଟି ୱାର୍ଡ କାଉନସିଲ୍‌ ପଦରୁ ବିଜେପି ହାତକୁ ୨ଟି ଏବଂ ବିଜେଡି ହାତକୁ ୯ଟି ଯାଇଛି। ଧାମନଗର ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ବିଜୟ ଶୋଭାଯାତ୍ରା ହୋଇ ନାହିଁ। ବିଜୟ ପରେ ନବନିର୍ବାଚିତ ଅଧ୍ୟକ୍ଷା ନିବେଦିତା ଜେନାଙ୍କୁ ଧର୍ମଶାଳାର ବିଧାୟକ ତଥା ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାଏ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ତଳ, ରାଜେନ୍ଦ୍ର କୁମାର ଦାସ, ଧାମନଗର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଧାମନଗର ବ୍ଲକ୍‌ ବିଜେଡି ପର୍ଯ୍ୟବେକ୍ଷକ ସରୋଜ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲ୍ଲିକ, ଟୁନିବାଲା ବିଶ୍ବାଳ, ବ୍ଲକ୍‌ ବିଜେଡି ସଭାପତି ଉମେଶ ମହାନ୍ତି, ନଗର ସଭାପତି ସୁଶାନ୍ତ ରାଉତ, ନରେନ୍ଦ୍ର ନାରାୟଣ ନାୟକ, କିଷାନ ରାଉତ, ପ୍ରଦୀପ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କୃଷ୍ଣଚନ୍ଦ୍ର ଜେନା, ଏମ୍‌ଡି ଫକିରୁଦ୍ଦିନ, ସରୋଜ ସେଠୀ, ସେକ ଜାଫର ଅଲ୍ଲୀ, ରଜତ ପଣ୍ଡା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର