କେନ୍ଦୁଝର: ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। କେନ୍ଦୁଝର ଜିଲ୍ଲାରେ ବିଜେଡିର ଦବଦବା ଦେଖିବାକୁ ମିଳିଛି। ଦଳ ଜିଲ୍ଲାର ୩୩ ଜିଲ୍ଲାପରିଷଦ ଜୋନ୍ରେ ବାଜିମାରିଛି। ବିରୋଧୀ ବିଜେପି ୩ଟି ଜୋନ୍କୁ କବ୍ଜା କରିଛି। କଂଗ୍ରେସ ଖାତା ଖୋଲିପାରି ନାହିଁ। ତେଲକୋଇର ୧୯ ନମ୍ବର, ଆନନ୍ଦପୁରର ୩ ନମ୍ବର ଏବଂ ଯୋଡ଼ାର ୨୮ ନମ୍ବର ଜୋନ୍କୁ ଛାଡ଼ିଦେଲେ ଅନ୍ୟ ସବୁ ଜୋନ୍ରେ ବିଜେଡି ପ୍ରାର୍ଥୀମାନେ ବିଜୟ ହୋଇଛନ୍ତି।
ପ୍ରଥମ ଦିନ ୧୩ଟି ଜିଲ୍ଲାର ପରିଷଦ ଜୋନ୍ରୁ ବିଜେଡିକୁ ୧୨, ବିଜେପିକୁ ଗୋଟିଏ ଜୋନ୍ ମିଳିଥିଲା। ଦ୍ବିତୀୟ ଦିନ ସମସ୍ତ ୧୨ ଜୋନ୍କୁ ବିଜେଡି ପୋଛି ନେଇଥିଲା। ସୋମବାର ଗଣତି ହୋଇଥିବା ୧୧ଟି ଜୋନ୍ ମଧ୍ୟରୁ ୯ଟି ବିଜେଡି ଏବଂ ଦୁଇଟି ବିଜେପି ସପକ୍ଷରେ ଯାଇଛି। ଆନନ୍ଦପୁର ୩ ନମ୍ବର ଜୋନ୍ରେ ବିଜେପିର ଅସୀମା ମିଶ୍ର ୯୭୮୧ ଭୋଟ ପାଇଥିବା ବେଳେ ବିଜେଡିର ଊର୍ମିଳା ସାହୁ ୭୫୨୫ ଭୋଟ ପାଇଛନ୍ତି। କଂଗ୍ରେସର ସୁକାନ୍ତି ସାହୁ ୪୮୦ ଭୋଟ ପାଇଛନ୍ତି।
ଚମ୍ପୁଆ ୧୫ ନମ୍ବର ଜୋନ୍ରେ ବିଜେଡିର ରମଣୀ ନାୟକ ୧୦୭୭୦ ଭୋଟ ପାଇଥିବା ବେଳେ ବିଜେପିର ହେମଲତା ଦେହୁରୀ ୧୦୦୫୮ ଭୋଟ ପାଇଛନ୍ତି। କଂଗ୍ରେସର ସରିତା ମୁଣ୍ଡା ୯୬୭ ଭୋଟ ପାଇଛନ୍ତି। ଘସିପୁରା ୧୫ ନମ୍ବର ଜୋନ୍ରେ ବିଜେଡିର ସଂଜୟ କୁମାର ମଲ୍ଲିକ ୨୩୧୫୮ ଭୋଟ ପାଇଥିବା ବେଳେ ବିଜେପିର ତୀର୍ଥବାସୀ ଜେନା ୪୦୪୧ ଭୋଟ ପାଇଛନ୍ତି। କଂଗ୍ରେସର ବିରଞ୍ଚି ନାରାୟଣ ଜେନା ୫୦୭୫ ଭୋଟ ପାଇଛନ୍ତି। ଘଟଗାଁ ୯ ନମ୍ବର ଜୋନ୍ରେ ବିଜେଡିର ସୁରେନ୍ଦ୍ର ଜେନା ୧୧୦୭୬ ଭୋଟ ପାଇଥିବାବେଳେ ବିଜେପିର ରୁଦ୍ରପ୍ରସାଦ ବେହେରା ୭୮୯୯ ଭୋଟ ପାଇଛନ୍ତି। କଂଗ୍ରେସର ବିଶ୍ବନାଥ ବେଜ ୧୩୬୩ ଭୋଟ ପାଇଛନ୍ତି।
ହରିଚନ୍ଦନପୁରର ୩୩ ନମ୍ବର ଜୋନ୍ରେ ବିଜେଡିର ମାଇନ ସୋରେନ ୧୪୮୫୮ ଭୋଟ ପାଇଥିବା ବେଳେ ବିଜେପିର ଦ୍ରୌପଦୀ ମୁଣ୍ଡା ୮୫୩୦ ଭୋଟ ପାଇଛନ୍ତି। କଂଗ୍ରେସର ଗଙ୍ଗାମଣି ମାଝୀ ୩୫୮୩ ଭୋଟ ପାଇଛନ୍ତି। ହାଟଡିହି ୩୬ ନମ୍ବର ଜୋନ୍ରେ ବିଜେଡିର କୌଶଲ୍ୟା ସେଠୀ ୧୩୫୫୧ ଭୋଟ ପାଇଥିବା ବେଳେ ବିଜେପିର ପୂର୍ଣ୍ଣପ୍ରଭା ଜେନା ୧୨୯୩୫ ଭୋଟ ପାଇଛନ୍ତି। କଂଗ୍ରେସର ସୁମିତ୍ରା ଜେନା ୨୫୭୦ ଭୋଟ ପାଇଛନ୍ତି। ୩୭ ନମ୍ବର ଜୋନ୍ରେ ବିଜେଡିର ବିମ୍ବାଧର ବିଶ୍ବାଳ ୧୩୫୧୯ ଭୋଟ ପାଇଥିବା ବେଳେ ବିଜେପିର ଜ୍ଞାନେନ୍ଦ୍ର କୁମାର ଜେନା ୮୮୯୫ ଭୋଟ ପାଇଛନ୍ତି। କଂଗ୍ରେସର ରମେଶ ଚନ୍ଦ୍ର ସା ୨୮୯୯ ଭୋଟ ପାଇଛନ୍ତି।
ଝୁମ୍ପୁରାର ୧୮ ନମ୍ବର ଜୋନ୍ରେ ବିଜେଡିର ରାଧାକାନ୍ତ ନାଏକ ୧୨୫୯୫ ଭୋଟ ପାଇଥିବା ବେଳେ ବିଜେପିର ପ୍ରବୀର ରଂଜନ ନାୟକ ୧୧୫୭୨ ଭୋଟ ପାଇଛନ୍ତି। କଂଗ୍ରେସର ଶରତ ଚନ୍ଦ୍ର ନାଏକ ୫୯୬ ଭୋଟ ପାଇଛନ୍ତି। ଯୋଡ଼ା ୨୮ ନମ୍ବର ଜୋନ୍ରେ ବିଜେପିର ଡମ୍ବରୁଧର କୁଦାଦା ୮୮୨୪ ଭୋଟ ପାଇଥିବା ବେଳେ ବିଜେଡିର ଦିଲୀପ କୁମାର ନାଏକ ୮୬୨୩ ଭୋଟ ପାଇଛନ୍ତି। ଜେଏମ୍ଏମ୍ର ପାଣ୍ଡିଆ ମୁଣ୍ଡା ୬୪୦ ଭୋଟ ପାଇଛନ୍ତି।
କେନ୍ଦୁଝର ୬ ନମ୍ବର ଜୋନ୍ରେ ବିଜେଡିର ଆଶିଷ ଚକ୍ରବର୍ତ୍ତୀ ୧୯୪୭୮ ଭୋଟ ପାଇଥିବା ବେଳେ ବିଜେପିର ଦିଲୀପ କୁମାର ପଣ୍ଡା ୯୦୪୬ ଭୋଟ ପାଇଛନ୍ତି। କଂଗ୍ରେସର ଦିନେଶ କୁମାର ରାଉତ ୪୦୩ ଭୋଟ ପାଇଛନ୍ତି। ସେହିପରି ପାଟଣା ୨୩ ନମ୍ବର ଜୋନ୍ରେ ବିଜେଡିର ରୁନୁ ମହାନ୍ତ ୧୨୬୧୦ ଭୋଟ ପାଇଥିବା ବେଳେ ବିଜେପିର ସଂଗୀତାରାଣୀ ପଣ୍ଡା ୯୨୦୮ ଭୋଟ ପାଇଛନ୍ତି। କଂଗ୍ରେସର ପଦ୍ମାବତୀ ମହାନ୍ତ ୪୬୧ ଭୋଟ ପାଇଛନ୍ତି।