ପାଟଣାଗଡ଼: ପୌର ନିର୍ବାଚନ ପାଇଁ ସକାଳ ୮ଟାରେ ମତଦାନ ଆରମ୍ଭ ହୋଇଛି। ପାଟଣାଗଡ଼ ୧ ନମ୍ବର ଓ ୨ ନମ୍ବର ଓ୍ବାର୍ଡ ପାଇଁ ଗଡଭିତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମତଦାନ ଆରମ୍ଭ ହୋଇଥିଲା। ଏହି ୨ଟି ଓ୍ବାର୍ଡ ପାଇଁ ୩ ଗୋଟି ବୁଥ କରାଯାଇଛି।
ତେବେ ମତଦାନ ଚାଲିଥିବା ବେଳେ ବୁଥ ନିକଟରେ ଟଙ୍କା ବଣ୍ଟା ହେଉଥିଲା। ବିଜେଡି କର୍ମକର୍ତ୍ତାମାନେ ଭୋଟରଙ୍କୁ ମତଦାନ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି କର୍ମୀ ଓ ବିଜେଡି କର୍ମୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଉତ୍ତମ ମଧ୍ୟମ ଆରମ୍ଭ ହୋଇଥିଲା। ଏହି ମାଡ ସମୟରେ ବିଧାୟକ ଉପସ୍ଥିତ ଥିବା ଜଣାପଡିଛି। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଖଲୋକ ତଥା ମିଡିଆ ସେଲର ପ୍ରଭାରୀ ପ୍ରଦୀପ ମେହେରଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Man-Beaten-By-People-While-Distributing-Money-For-Vote_Thumbnail.jpg)