ନବୀନ କଥା କମ କହି କାମ କରନ୍ତି: ବିଜେଡି ତାଲିମ ଶିବିରରେ ଏଭଳି କହିଲେ ବିଜେଡି ନେତା ଦେବୀ ମିଶ୍ର

ବିଜେଡି ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି: ନବୀନ

ଭୁବନେଶ୍ୱର: ଅକ୍ଟୋବର ୨ ତାରିଖରୁ ବିଜେଡିର ମାସେ ବ୍ୟାପୀ ପଦଯାତ୍ରା ଆରମ୍ଭ ହେବ। ଏହାକୁ ସଫଳ କରିବା ପାଇଁ ବିଜେଡି ପକ୍ଷରୁ ଦୁଇ ଦିନିଆ ତାଲିମ ଶିବିର ବରମୁଣ୍ଡା ପଡ଼ିଆରେ ଆୟୋଜନ କରାଯାଉଛି। ‘ବିଜୁ ଜନତା ଦଳ- ଏକ ସାମୂହିକ ଆନ୍ଦୋଳନ’ ନାରା ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ କେବଳ ରାଜ୍ୟ, ଜିଲ୍ଲା, ନଗର ଓ ବ୍ଲକ୍ର ଦଳୀୟ ପଦା‌ଧିକାରୀ, ସାଂସଦ ଓ ବିଧାୟକମାନଙ୍କୁ ଡକାଯାଇଛି। ଦିନତମାମ ପଦା‌ଧିକାରୀମାନଙ୍କୁ ବରିଷ୍ଠ ନେତାମାନେ ପ୍ରଶିକ୍ଷଣ ଦେବେ। ତେବେ ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ି ହୋଇ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି |

ନବୀନ କହିଛନ୍ତି ଯେ ବିଜେଡି ଲୋକଙ୍କ ସହ ଅଛି ଓ ଲୋକଙ୍କ ପାଇଁ କାମ କରୁଛି। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କାମ କରିବାକୁ ମୁଖ୍ୟମନ୍ତ୍ରୀ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି । ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଦେଶ । ସ୍ବାଧୀନତାର ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ପଦଯାତ୍ରା ସମୟରେ ଏ ପ୍ରତି ଉପଯୁକ୍ତ ଫୋକସ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ବିଜୁ ଜନତା ଦଳ ତିଆରି ସମୟରେ ଶୂନ୍ୟତା ଥିଲା। ନବୀନଙ୍କ ନେତୃତ୍ବରେ ଦଳ ଆଗକୁ ବଢ଼ିଛି ପଛକୁ ଫେରିନି। ଆର୍ଥିକ ସମସ୍ୟା,ସାଧନ ଭିତରେ ଦଳ ଆଗକୁ ବଢ଼ିଛି। ମିଶନଶକ୍ତି ଆନ୍ଦୋଳନର ପରିକଳ୍ପନା କରାଯାଇଛି। ସବୁ ବର୍ଗର ବିକାଶ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନ୍ୟମାନେ କେବଳ କଥା କୁହନ୍ତି ନବୀନ କଥା କମ କହି କାମ କରନ୍ତି।।ଚାଷୀର ଆୟ ୩ ଗୁଣ ପାଇଁ ଆହ୍ବାନ କରିଛନ୍ତି। ବିଭିନ୍ନ କେନ୍ଦ୍ରୀୟ ଯୋଜନା ବନ୍ଦ ହେବା ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ରୀୟ ଅନୁଦାନ କମିଛି। ରାଜ୍ୟ ସରକାର ବିକାଶ ପାଇ ଆଗକୁ ବଢୁଥିବା ବେଳେ ସଠିକ୍ ସମୟରେ କେନ୍ଦ୍ରୀୟ ସହଯୋଗ ମିଳୁନି। ୪୫ ପ୍ରତିଶତ ଭୋଟରୁ ବର୍ତ୍ତମାନ 52 ପ୍ରତିଶତ ଭୋଟରେ ପହଞ୍ଚିଛି। ଏହାକୁ କାୟମ ରଖିବାକୁ ଆହ୍ବାନ କଲେ ଦେବୀ ମିଶ୍ର।

ବିଜୁ ଜନତା ଦଳ କିପରି ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇଛି ତାହାର ତଥ୍ୟ ରଖିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସରକାରୀ ଯୋଜନା ବାବଦରେ ଅବଗତ କରିବା ସରକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ପ୍ରୟାସ କରିବାକୁ ଆହ୍ବାନ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି। ୫୫ପ୍ରତିଶତରୁ ଅଧିକ ମହିଳା ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର