ବିଜେଡି କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଥାନା ଘେରାଉ

ରେମୁଣା : ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ଗାଙ୍ଗପୁରା ଗ୍ରାମରେ ରାଜନୈତିକ ଆକ୍ରୋଶର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବିଜେଡି କର୍ମୀ ଭାଗବତ ପ୍ରଧାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଯୁବ ବିଜେଡି ପକ୍ଷରୁ ରେମୁଣା ଥାନା ଘେରାଉ କରାଯାଇଥିଲା। ଶତାଧିକ କର୍ମୀ ରେମୁଣା ଥାନା ଘେରାଉ କରି ଏହି ଘଟଣାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।

ଏହି ଘଟଣା‌ରେ ଚତୁର୍ଭୁଜ ନାମକ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା ଚାଲିଥିବା ବେଳେ ଭଗବାନ ପ୍ରଧାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ୮/୧୦ ବ୍ୟକ୍ତି ମିଶି ତାଙ୍କୁ ଆକ୍ରମଣ କରିଥିବା ସତ୍ତ୍ବେ ପୁଲିସ ଏପର୍ଯ୍ୟନ୍ତ କାହିଁକି ଅନ୍ୟମାନଙ୍କୁ ଗିରଫ କରିନାହିଁ ବୋଲି ଯୁବବିଜେଡି ପ୍ରଶ୍ନ କରିଛି। ତୁରନ୍ତ ଘଟଣାର ଅନୁସନ୍ଧାନ କରି ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଯୁବବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସମଙ୍ଗରାଜ ଏହି ଘେରାଉରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର