ରାୟଗଡ଼ା: ରାୟଗଡା ବ୍ଲକର କେରଡ଼ା ପରେ ଏବେ ଅମଳାଭଟ୍ଟାରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଉପସଭାପତି ବିନାୟକ କର ପରିଚାଳନା କରିଥିଲେ। ଜିଲ୍ଲା ପରିଷଦ ‘ଗ’ ଜୋନର ସମସ୍ତ ପଞ୍ଚାୟତବାସୀ ଏହି କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ। ନବୀନ ସରକାରଙ୍କର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବିକାଶ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ ଦିଆଯାଇଥିଲା।ଲଗାତାର ୨୪ ବର୍ଷ ଶାସନ କରି ବିଜେଡି ଲୋକଙ୍କର ସମସ୍ତ ମୌଳିକ ସୁବିଧା ପହଞ୍ଚବା ସହ ଗାଁ ଗାଁରୁ ରାସ୍ତା, ପାଣି, ଚାଉଳ, ଭତ୍ତା ଦେଇ ଲୋକଙ୍କୁ ବିକାଶର ସ୍ବାଦ ଚଖାଇ ପାରିଛି ବୋଲି କୁହାଯାଇଥିଲା।
ଆଗାମୀ ନିର୍ବାଚନରେ ବିଜେଡି ଯେପରି ସମସ୍ତ ତିନୋଟି ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରାଇବ ଏବଂ ଲୋକସଭା ଆସନକୁ ମଧ୍ୟ ହାତେଇବ ସେ ମନ୍ତ୍ର ଆଜି ଭାସ୍କର ରାଓ କର୍ମୀଙ୍କୁ ଦେଇଥିଲେ। ସମସ୍ତେ ଏକ ହୋଇ କାମ କଲେ ଆମର ବିଜୟ ନିଶ୍ଚିତ ହେବ ବୋଲି ସେ ଦୋହରାଇଥିଲେ। ଗତଥର କିଛି ଭୁଲ ଭଟକା ହେବାରୁ ଆମେ ରାୟଗଡା ବିଧାୟକ ଓ ଲୋକସଭା ଆସନକୁ ହରାଇଥିଲେ। ଏଥର କିନ୍ତୁ ହାତଛଡା କରିବା ନାହିଁ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପୌର ପରିଷଦର ସମସ୍ତ ୱାର୍ଡରେ ବୈଠକ କରାଯିବା ସହ ପଞ୍ଚାୟତରେ ମଧ୍ୟ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଘରେ ଘରେ ବିଜେଡିର ଶଙ୍ଖଚିହ୍ନ ପହଞ୍ଚିବ ସେନେଇ କର୍ମୀ କାମ କରିବାକୁ ପଡିବ ବୋଲି କୁହାଯାଇଛି। ଲୋକ ସଂପର୍କକୁ ଆହୁରି ମଜବୁତ କରିବାକୁ ଆହ୍ବାନ ଦିଆଯାଇଥିଲା। ରାୟଗଡା ଜିଲ୍ଲାର ସମସ୍ତ ଆସନ ଆମର ବୋଲି ସ୍ଲୋଗାନ ଦିଆଯାଇଥିଲା।
ଏହି ଅବସରରେ ଜିଲ୍ଲା ପରିଷଦ ଗ ଜୋନରେ ବିଜେଡି କାର୍ଯ୍ୟାଳୟକୁ ଏନ ଭାସ୍କର ରାଓ ଶୁଭ ଉଦଘାଟନ କରିଥିଲେ। ଆଜିରଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା ଓ ପ୍ରଶାନ୍ତ କୁଲେଶିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ସଭାନେତ୍ରୀ ସୁଜାତା ପାଳ, ଶର୍ମିଷ୍ଠା ପାଣି, ସାଧାରଣ ସଂପାଦକ ଗଙ୍ଗାଧର ପୁଆଲା, ସଂପାଦକ ଡୁଡାଲା ଶ୍ରୀନିବାସ, ଉପସଭାପତି ବିନାୟକ କର, ଅବିନାଶ ବିଷୋୟୀ, ଶ୍ରୀକାନ୍ତ ଚୌଧୁରୀ, ପ୍ରବୀଣ କୁମାର, ବିଜୟ ମୋହନ ପ୍ରମୁଖ ଉପସ୍ଥିତ ଥିଲେ।