ବିଜେଡି ଯୁବ ଟିମ୍ ତାଲିକା ପ୍ରକାଶ : ବୈକୁଣ୍ଠ ନାୟକ କାର୍ଯ୍ୟକାରୀ ସଭାପତି, ଏଲିନା ସେକ୍ରେଟାରି ଜେନେରାଲ

ଉପସଭାପତି ତାଲିକାରେ ୧୦ ଯୁବ ନେତା, ଜିଲ୍ଲା ଯୁବ ସଭାପତି ବି ନିଯୁକ୍ତି ପାଇଲେ

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିଙ୍କୁ ଆଜି ନିଯୁକ୍ତି ମିଳିଛି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତ ପରେ ଏ ସଂକ୍ରାନ୍ତରେ ଯୁବ ବ୍ୟାପାର ଦାୟିତ୍ବରେ ସାଧାରଣ ସଂପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି। ବୈକୁଣ୍ଠ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଓ ଏଲିନା ଦାସଙ୍କୁ ସେକ୍ରେଟାରି ଜେନେରାଲ ବା ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ଉପସଭାପତି ଭାବେ ରାଣା ପ୍ରତାପ ପାତ୍ର, ଧ୍ରୁତିରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡା କାର୍ଯ୍ୟ କରିବେ। ଜୋନ୍ ସଭାପତି ଭାବେ ଭୁବନେଶ୍ବର ପାଇଁ ବିଜୟ କେତନ ସାହୁ, କଟକ ପାଇଁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ବାଇଁ, ବଲାଙ୍ଗୀର ମନୀନ୍ଦ୍ର ମହାନ୍ତି, ସମ୍ବଲପୁରରେ ଦେବାଶିଷ ପରିଡା, କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି।

ସେହିଭଳି ଯୁବ ଉପସଭାପତି ଭାବେ ଛବି ମହାଲି, ସୋଫିଆ ଆଲମ୍, ମାନଭଂଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ମଣ୍ଟୁ ନାଏକ, ସୁଜିତ ପ୍ରସାଦ ଦ୍ବିବେଦୀ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା, ଭବାନୀ ଶଙ୍କର ଦାସ ମୋଟ ୧୦ଜଣ ନିଯୁକ୍ତି ପାଇଛନ୍ତି। ସାଧାରଣ ସଂପାଦକ ଭାବେ ଏନ୍ ଧନଞ୍ଜୟ ରାଓ, ବିଷ୍ଣୁ ପ୍ରସାଦ ଡେଙ୍ଗ, କନିଷ୍କ ଜେନା, ହରିଲାଲ ବେହେରା, ମଳୟ ରଂଜନ ପତି, ବିଭୁତି ପୁହାଣ, ତାରେଣୀ ପ୍ରସାଦ ନାୟକ, ମଧୁସ୍ମିତା ପରିଡା, ମଧୁସ୍ମିତା ନାୟକ, ମାନସୀ ମିଶ୍ର, କୋମଲ ସାମନ୍ତରାୟ, ମନବେଶ ରାୟ, ଅବିନାଶ କୁମାର ପ୍ରଧାନ, ଆଶିଷ ରଂଜନ ମିଶ୍ର, ମନୋଜ ମହାନ୍ତି, ଶିବବ୍ରତ ଚମ୍ପତିରାୟ, ଅଭ୍ୟକ୍ତ ହରିହର ଖାଡେଙ୍ଗା, ପାର୍ଥସାରଥୀ ମୁଦୁଲି, ଗଣେଶ ମହାପାତ୍ର, ଜଗଜ୍ୟୋତି ପଟ୍ଟନାୟକ, ଅମିତ ମହାରଣା, ରମେଶ ନାରାୟଣ ପ୍ରହରାଜ, ସତିଶ ବିଶି, ଶୁଭ୍ରଜିତ ପାଢୀ, ଅଞ୍ଜନ ବେଜ୍, ବାଣୀକଲ୍ୟାଣ ମହାନ୍ତି, କଳ୍ପତରୁ ଓଝା ଓ ବିଶାଳ ରାୟ ଏହିଭଳି ୨୮ଜଣଙ୍କୁ ସାମିଲ କରାଯାଇଛି।

ସଂପାଦକ ପଦବିରେ ୩୫ ଜଣ ଯୁବ ନେତା ଅର୍ଥାତ୍ ଅଶୁମାନ ରଶ୍ମୀସାଗର ସେଠୀ, କମଳକାନ୍ତ ନାୟକ, ଅମରେନ୍ଦ୍ର ବାସା, ସଂପତ କୁମାର ମହାନ୍ତି, ସୋନାଲି ପ୍ରୟିଦର୍ଶିନୀ, ମହେକସିତା ମିଶ୍ର, ଲଗ୍ନାଦୀପା ମିଶ୍ର, ଅପର୍ଣ୍ଣା ଦାସ, ଇମ୍ରାନ ଖାଁ, ଷ୍ଟାଲିନ୍ ପରିଜା, ଅଜିତ ଯୋଶୀ, ଆଦ୍ୟପ୍ରାଣ ସୁବୁଦ୍ଧି, ମୁକୁନ୍ଦ ଗୌଡ଼, ଦେବୀ ପ୍ରସାଦ ପଟ୍ଟନାୟକ, ମାନସ ମଲ୍ଲିକ, ପ୍ରିନ୍ସ ରାକେଶ ନାୟକ, ଦୀପକ ଜେନା, ବାସୁଦେବ ସାହା, ସୁଦୀପ୍ତ କେଶରୀ ସାମଲ, ରାଜୀବ କୁମାର ଜେନା, ସି ଭେଲମନ୍ ନାୟର, ସୋମ୍ୟଦୀପ ଘୋଷ, ଦୀପକ ସାହୁ, ସତ୍ୟନାରାୟଣ ଦାଶ, ଦେବୀ ପ୍ରସାଦ ମହାନ୍ତି, ରୁଦ୍ର ନାଥ ଦତ୍ତ, ଜଗମୋହନ ବଳିୟାର ସିଂହ, ଆଲୋକ ବେହେରା, ମିହିର ଦାସ, ଅଫତାବ୍ ଆଲମ୍ ଖାଁ, ଅମ୍ବିକା ପ୍ରସାଦ ମହାନ୍ତି, ଜ୍ୟୋତି ପ୍ରସାଦ ସାହୁ, ଝସକେତନ ପାଢୀ, ମନୋଜ ମହାପାତ୍ର, ସ୍ମୃତି ରଂଜନ ସାମଲ ସାମିଲ ହୋଇଛନ୍ତି। ସେହିଭଳି ଯୁଗ୍ମ ସଂପାଦକ ଭାବେ ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ସୁବାସ ସ୍ବାଇଁ, ଚନ୍ଦ୍ରକାନ୍ତ ପ୍ରଧାନ, ସୌମ୍ୟସାର୍ଥକ ରାୟ, ଦୀପକ ସାମନ୍ତରାୟ, ସବ୍‌ନମ୍ ବେଗମ୍, ଶିବାନୀ ସାହୁ, ରାଜଲକ୍ଷ୍ମୀ ବେହେରା, ଗଣେଶ ମିଶ୍ର, ରଜନୀକାନ୍ତ ମହାନ୍ତ, ଅମର କୁଅଁର, ଦେବୀ ପ୍ରସାଦ ଦାସ, ଅଶୋକ ମିଶ୍ର, ଧର୍ମରାଜ ମରେଇ, ଚିନ୍ମୟ ସାହୁ, ଅଜୟ ଅମାତ, ଭବଭାଶ୍ବତ ହୋତା, ଦୀପ୍ତିରଂଜନ ଜେନା, ଦୀପକ କୁମାର ମହାପାତ୍ର, ନିର୍ମଳ ବିକାଶ ମହାପାତ୍ର, ଅମରେଶ ରାଜ, ଅମରଜିତ୍ ଗୌଡ, ସୌମ୍ୟରଂଜନ ତ୍ରିପାଠୀ, ଦିନବନ୍ଧୁ ନାୟକ, ରବି ପଟ୍ଟନାୟକଙ୍କ ଭଳି ୨୫ଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି।

ଅନ୍ୟପକ୍ଷରେ ୩୩ ସାଂଗଠନିକ ଜିଲ୍ଲା ପାଇଁ ଯୁବ ସଭାପତି ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଯାଜପୁର ପ୍ରତାପ ମହାନ୍ତି, ସୋନପୁର ଅଶୋକ ନନ୍ଦ, କଳାହାଣ୍ଡି ଆଦିତ୍ୟ ନନ୍ଦ, କୋରାପୁଟ ଅମିତ ଅଗ୍ରଵାଲ, ସୁନ୍ଦରଗଡ ଦେବେନ୍ଦ୍ର ପ୍ରସାଦ ମାଝୀ, ରାଉରକେଲା ସୁମନ ବାଗି, ଝାରସୁଗୁଡା ପ୍ରଶାନ୍ତ କୁମାର ଜେନା, ଗଜପତି ଏସ୍‌ ଲିଙ୍ଗରାଜୁ, ମୟୂରଭଂଜ (୧) ଅରୁଣ ବରାଡ଼, ମୟୂରଭଂଜ (୨) ଅଭିଷେକ ପଟ୍ଟନାୟକ, ଭଦ୍ରକ ମୁକୁନ୍ଦ ଦେବ ସାମଲ, ମାଲକାନଗିରି ଆଦାମ୍ ରବ୍ବା, ବ୍ରହ୍ମପୁର ସିଟି ଅଜିତ କୁମାର ପଣ୍ଡା, ଦେବଗଡ଼ ପ୍ରତାପ କୁମାର ଦେବ, ଢେଙ୍କାନାଳ ଧର୍ମାନନ୍ଦ ପରିଡା, ଅନୁଗୁଳ ଦିନେଶ ପ୍ରଧାନ, ଖୋର୍ଧା ରାଜେଶ କୁମାର ପରିଡା, ବୌଦ୍ଧ ମୃତ୍ୟୁଞ୍ଜୟ ମିଶ୍ର, ବଲାଙ୍ଗୀର ରାଜେନ୍ଦ୍ର ପ୍ରସାଦ ହୋତା, ନୂଆପଡା ହରିଶ୍ଚନ୍ଦ୍ର ପଣ୍ଡା, କେନ୍ଦୁଝର ରାକେଶ ରାମ, ପୁରୀ ନାରାୟଣ ସ୍ବାଇଁ, ନୟାଗଡ଼ ରମେଶ ଚନ୍ଦ୍ର ସାହୁ, ବରଗଡ ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ବଲପୁର ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କନ୍ଧମାଳ ବିଷ୍ଣୁଚରଣ ମଲ୍ଲିକ, ରାୟଗଡା ଦେବାଶିଷ ଖାଡ଼େଙ୍ଗା, ନବରଙ୍ଗପୁର ଶିବାନନ୍ଦ ବିଷୋଇ, ଭୁବନେଶ୍ବର ସମରେଶ ବେଉରା, ଗଞ୍ଜାମ ଲକ୍ଷ୍ମଣ ଚୌଧୁରୀ, କେନ୍ଦ୍ରାପଡା ରାଜେଶ ଦାସ, କଟକ ସିଟି ମନଜିତ୍ ଦାସ, କଟକ ସ୍ମୃତିରଂଜନ ନାୟକ ନିଯୁକ୍ତି ପାଇଛନ୍ତି। କେବଳ କଟକ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ ରାୟଙ୍କୁ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର