ଖୁବ୍‌ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା

ଭୁବନେଶ୍ବର : ନିର୍ବାଚନ ତାରିଖ ଘୋଷଣା ପରେ ସୋମବାର ପ୍ରଥମ ଥର ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ବିଜେଡି ସଭାପତି ଶ୍ରୀପଟ୍ଟନାୟକ କହିଛନ୍ତି।

ଉେଲ୍ଲଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ େକାରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବ୍ରହ୍ମପୁର େଲାକସଭା ନିର୍ବାଚନମଣ୍ଡଳୀ ଲାଗି େଭାଟ ଗ୍ରହଣ େହବ। ଆସନ୍ତା ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ େହବ। ୨୫ ତାରିଖ ଏ େକ୍ଷତ୍ରରେ େଶଷ ଦିନ ଧାର୍ଯ୍ୟ କରାଯାଇଛି। ଏହି ପ୍ରକ୍ରିୟାରେ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ନିର୍ବାଚନ େହବ। ଏସବୁ ଆସନ ଲାଗି ବିେଜଡିରେ ପ୍ରାର୍ଥୀ ଚୟନ କସରତ ଆରମ୍ଭ େହାଇଥିବା ଜଣାପଡିଛି। ଏଥିପାଇଁ ନବୀନ ନିବାସରେ ଆଶାୟୀ ପ୍ରାର୍ଥୀମାନଙ୍କର ଅସମ୍ଭବ ଭିଡ ପରିଲକ୍ଷିତ େହଉଛି।

ସମ୍ବନ୍ଧିତ ଖବର