ଲୋୟର ପିଏମ୍‌ଜିରେ ବିଜେଡିର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ

ଭୁବନେଶ୍ବର : ଲୋୟର ପିଏମ୍‌ଜିରେ ବିଜେଡି ପକ୍ଷରୁ ହକ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି କେତେ ଦରଦ ରହିଛି ସେ କଥା ରାଜ୍ୟବାସୀ ଭଲଭାବେ ଅବଗତ ଅଛନ୍ତି। ବିକାଶର ଡିଣ୍ଡିମ ପିଟି ସାଧାରଣ ଲୋକଙ୍କୁ ବିଜେପି ଭୁଆଁ ବୁଲାଇବାକୁ ଅପଚେଷ୍ଟା କରୁଛି। କେନ୍ଦ୍ର ସରକାର ସଦା ସର୍ବଦା ରାଜ୍ୟ ପ୍ରତି ଅବହେଳା କରି ଆସୁଛନ୍ତି ବୋଲି ବିଜେଡି େନତାମାେନ ଅଭିଯୋଗ କରିଛନ୍ତି।

ଦଳ ପକ୍ଷରୁ କୁହାଯାଇଛି କି, ବିଜେପିର ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କଥା ଉଲ୍ଲେଖ ଥିଲା। ଏହା ଏପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ। ବେକାରିଙ୍କୁ ନିଯୁକ୍ତି, ରେଳବାଇ କ୍ଷେତ୍ରରେ ଅବହେଳା ଆଦି ପ୍ରସଙ୍ଗରେ େନତାମାେନ ଗର୍ଜିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍କୃ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସଂଜୟ ଦାସବର୍ମା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, ବିଜୁ ଛାତ୍ର ଜନତା ଦଳ ସଭାପତି ରାଣାପ୍ରତାପ ପାତ୍ର, ସନ୍ତୋଷ ବେଜ, ଚିନ୍ମୟ ସାହୁ, କଳ୍ପତରୁ ଓଝା ପ୍ରମୁଖ ଯୋଗ ଦେଇଥି‌ଲେ।

ସମ୍ବନ୍ଧିତ ଖବର