ଭୁବନେଶ୍ବର : ‘ଶଙ୍ଖ ମୋର ଗର୍ବ’ ସ୍ଲୋଗାନ୍ ପରେ ବିଜେଡି ପକ୍ଷରୁ ‘ଜୟ ଜଗନ୍ନାଥ’ ସ୍ଲୋଗାନ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି। ବିଜେଡିର ମନ୍ତ୍ରୀ, ବିଧାୟକ, ନେତା ଆଜି ସାମାଜିକ ଗଣମାଧ୍ୟମରେ ଜୟ ଜଗନ୍ନାଥ ନାରା ଦେଇଥିବା ଭିଡିଓ ପକାଉଛନ୍ତି।
ବିଜେଡିର ସ୍ଲୋଗାନ୍ ହଠାତ୍ ବଦଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ, ଜୟ ଜଗନ୍ନାଥ ବି ଆମର, ଜୟ ଶ୍ରୀ ରାମ ବି ଆମର। ହେଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ମହାପ୍ରଭୁ ଜଗନ୍ନାଥଙ୍କ କଥା କହୁଛି । କିନ୍ତୁ ରତ୍ନଭଣ୍ଡାରରେ ରତ୍ନ ଅଛି ତ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/bjd-fl.jpg)