ଭୁବନେଶ୍ବର : ବିଜେଡିରେ ସାମିଲ ହୋଇଛନ୍ତି ୧୦୦୦ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ, ବିଜେପି ଓ କଂଗ୍ରେସ କର୍ମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସାଂସଦ କଳିକେଶ ନାରାୟଣ ସିଂହଦେଓ ଏବଂ ପୂର୍ବତନ ବିଧାୟକ ସାରଦା ନାୟକଙ୍କ ନେତୃତ୍ବରେ ଏସବୁ କର୍ମୀ ରବିବାର ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ।

Advertisment

ବଲାଙ୍ଗୀର ମୁନିସିପାଲଟିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସାଗରିକା ଗୁରୁ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସଭାପତି ଅରୁଣ କୁମାର ମିଶ୍ର, ବିଜେପିର ଗୀତା ପରିଡ଼ା, ଭବାନୀ ଶଙ୍କର ଦୀପ୍, ସୁରେଶ ଧରୁଆ, ସୁଜିତ ବେହେରା, କଂଗ୍ରେସର ଅଭୟ କୁମାର, ସୁରେନ୍ଦ୍ର ନାଗ, ବୀର ନାଗ, ସୁଶାନ୍ତ ସ, ରାଜେଶ ଦୋରା, ଲକ୍ଷ୍ମୀକାନ୍ତ ସାହୁଙ୍କ ସମେତ ୧ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ, ବିଜେପି କର୍ମୀ ଏବଂ ବୁଦ୍ଧିଜୀବୀ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି, କଂଗ୍ରେସ ଓ ବୁଦ୍ଧିଜୀବୀଙ୍କୁ ସଭାପତି ନବୀନ ପଟ୍ଟନାୟକ ସ୍ବାଗତ କରିବା ସହ ଏତେସବୁ କର୍ମୀଙ୍କ ଯୋଗଦାନ ପଶ୍ଚିମ ଓଡ଼ିଶାରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ବିଜେଡିର ଏହି ମିଶ୍ରଣ ପର୍ବରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂହ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ଅର୍କେଶ ନାରାୟଣ ସିଂହଦେଓ, ଯୁବନେତା ସୁବ୍ରତ ଛାଟୋଇ, ଜ୍ୟୋତି ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।