ବିଜେଡିର ନୀତି ‘ଯାହା ବି ହେଉ, କ୍ଷମତା ରହୁ’: ସମୀର ମହାନ୍ତି

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି: ବିଜେଡି

ଭୁବନେଶ୍ବର : ‘କ୍ଷମତା ଅନ୍ଧ- ଉଦ୍ଦେଶ୍ୟ ମନ୍ଦ’ ଥିବା ଶାସକ ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କ ‘କଥାରେ ଅହିଂସା-କାମରେ ହିଂସା’ ଏବଂ ଯାହା ବି ହେଉ- କ୍ଷମତା ରହୁ’ ନୀତି କାରଣରୁ ଓଡ଼ିଶା ଆଜି ପଶ୍ଚିମବଙ୍ଗ ମୁହାଁ ଆଡ଼େ ଗତି କରୁଛି ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ନିର୍ବାଚନ ସମୟରେ ରାଜ୍ୟରେ ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଜେଡିର ଦୌରାତ୍ମ୍ୟ, ହିଂସାକାଣ୍ଡ, ବିଜେପି ପ୍ରାର୍ଥୀଙ୍କୁ ଧମକ, ମରଣାନ୍ତକ ଆକ୍ରମଣ ଘଟଣା ଆଜି ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କରିଦେଇଛି। ପୁଲିସ ଓ ପ୍ରଶାସନର ବିଶ୍ବସନୀୟତାକୁ ସାଧାରଣରେ ବହୁ ପ୍ରଶ୍ନବାଚୀ ଉଠିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ରମାରଞ୍ଜନ ବଳିୟାରସିଂହ, ଦିଲ୍ଲୀପ ମଲ୍ଲିକ, ମନୋରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

www.youtube.com

ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି: ବିଜେଡି

ଭୁବନେଶ୍ୱର : ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ନିଜ ମୁଣ୍ଡରୁ ପରାଜୟର ଦୋଷ ଖସାଇବାକୁ ବିଭିନ୍ନ ଆଳ ଖୋଜୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ବିଜେଡି ବିରୋଧରେ ଯେଉଁସବୁ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ। କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି।

ସମ୍ବନ୍ଧିତ ଖବର