ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ‘ପଲସାଶିଓ ୨୦୧୯’ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ଦୁଇଦିନ ଧରି ଚାଲିଥିବା ବେଳେ ଜୟଦେବ ନିର୍ବାଚନ ମଣ୍ଡଳୀ ବିଧାୟକ ଅରବିନ୍ଦ ଢାଲି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କ ଉନ୍ନତି କାମନା କରିଥିଲେ। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆଇପିଏସ୍ ଶିଶିର କୁମାର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ ବିଦ୍ୟାଳୟର ପରିଚାଳକ ପ୍ରତାପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା କ୍ଷଣିକା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର, ଉପସଭାପତି ଅଶ୍ୱିନୀ କୁମାର ତିୱାରୀ, ସହପରିଚାଳକ ଚିତରଞ୍ଜନ ବରିସଲ୍, ଉପାଧ୍ୟକ୍ଷ ସର୍ବେଶ୍ୱର ସାମଲ ଓ ବିଜେ.ଶିକ୍ଷା ପରିଷଦର ସଦସ୍ୟଗଣ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଉତ୍ସବରେ ପ୍ରାୟ ୧୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଲେଲିନ ପ୍ରିୟଦର୍ଶିନୀ ଏବଂ ଦଶମ ଶ୍ରେଣୀର ଛାତ୍ର ଆୟୁଶି କର ଶ୍ରେଷ୍ଠ ବିବେଚିତ ହୋଇ ବିଶେଷ ପୁରସ୍କାର ଲାଭ କରିଥିବା ବେଳେ ନବମ ଶ୍ରେଣୀର ଛାତ୍ରୀ ଅନେ୍ଵଷା କର ‘ବିଜେ ଜେମ୍’ ବିବେଚିତ ହୋଇଥିଲେ। ତୃତୀୟ ଶ୍ରେଣୀର ଛାତ୍ରୀ ବିଭାବରୀ ସାହୁ ଷ୍ଟାର ପରଫରମାର ଭାବେ ବିବେଚିତ ହୋଇ ବିଶେଷ ପୁରସ୍କାର ଲାଭ କରିଥିଲେ। ଶୈଳବାଳା ଯୋଗେନ୍ଦ୍ର ମେମୋରିଆଲ ପକ୍ଷରୁ ବେଷ୍ଟ ଇନୋଭେଟିଭ ଷ୍ଟୁଡେଣ୍ଟ ଅଫ ଦ ଇୟରପାଇଁ ନବମ ଶ୍ରେଣୀର ଆକାଂକ୍ଷା ସାମଲଙ୍କୁ ଚଳିତ ବର୍ଷ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/bjem.jpg)