ସୋନପୁର : ବୁଧବାର ସୋନପୁରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ଶ୍ରୀ ମାଝୀ ସାର୍କିଟ ହାଉସରେ ଏକ ସମୀକ୍ଷା ବୈଠକ ସାରି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପିତାଙ୍କ ଦ୍ୱାଦଶ କାର୍ଯ୍ୟକ୍ରମକୁ ଗଲାବେଳେ ନଳିନୀ ଛକରେ ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା, ନଗର ଉନ୍ନୟନ, କୃଷି, ଶିଳ୍ପ ସବୁକ୍ଷେତ୍ରରେ ରାଜ୍ୟ ସରକାର ବୈମାତୃକ ମନୋଭାବ ଯୋଗୁଁ ଜିଲ୍ଲା ପଛରେ ପଡିଥିବା ଅଭିଯୋଗ କରି ଏହି କଳାପତାକା ପ୍ରଦର୍ଶନ କରାଯାଇଥିଲା। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଗଣେଶ ସାହୁ, ଜ୍ୟୋତି ତ୍ରିପାଠୀ, ସୁରୁବାବୁ ସାହୁ, ସୁକାନ୍ତ ସାହୁ, ବାବୁଲୁ ସାଗର, ସଂଗ୍ରାମ କୁମ୍ଭାର, ଦେବାଶିଷ ପୂଝାରୀ, ସୁରେଶ ବିଶ୍ୱାଳ, ଗୌର ନାଏକ, ଶଶାଙ୍କ ମିଶ୍ର ପ୍ରମୁଖ ଏହି କଳାପତାକା ପ୍ରଦର୍ଶନ କରିଥିଲେ। ପୁଲିସ ଏହି ଘଟଣାରେ ୧୦ ଜଣ ବିଜେପି କର୍ମୀଙ୍କୁ ଅଟକ ରଖି ପରେ ଛାଡ଼ିଥିଲା।
ମନ୍ତ୍ରୀଙ୍କୁ ବିଜେପିର କଳାପତାକା ପ୍ରଦର୍ଶନ, ୧୦ ଅଟକ
/sambad/media/post_attachments/wp-content/uploads/2018/01/Mantrinku-Kala-Pataka-Pradarsana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)