ବୀରମହାରାଜପୁର: ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଦୁଇ ବିଧାୟକ ପ୍ରାର୍ଥୀ ମନଖୋଲି କଥା ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶୁକ୍ରବାର ପ୍ରଥମେ କଂଗ୍ରେସ ପରେ ବିଜେପି ଶକ୍ତି ପ୍ରଦର୍ଶନ କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ଏହା ପୂର୍ବରୁ ଜଣେ ସ୍ବାଧୀନ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀ ପତ୍ର ଉପଜିଲ୍ଲାପାଳଙ୍କ ଠାରେ ଦାଖଲ କରୁଥିଲେ। ସେଥିପାଇଁ କଂଗ୍ରେସର ପ୍ରଦୀପ କୁମାର ସେଠୀ ଓ ବିଜେପିର ଇଞ୍ଜିନିୟରି ରଘୁନାଥ ଜଗଦଲାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା। ସେହି ସମୟରେ ଦୁଇ ନେତା କର ମର୍ଦ୍ଦନ କରିବା ସହିତ ମନ ଖୋଲି ହସିହସି କଥା ହୋଇଥିଲେ।
ଏବିଷୟରେ ଉଭୟ ସମ୍ବାଦକୁ ପ୍ରତିକ୍ରିୟାରେ କହିଥିଲେ, ଆମେ ପ୍ରଥମେ ମଣିଷ। କଥା ହେବାରେ କିଛି ଅସୁବିଧା ନାହିଁ। ନିର୍ବାଚନ ରଣନୀତି ନିଜସ୍ଵ ହିସାବରେ କରାଯିବ । ବୀରମହାରାଜପୁରେ ରାଜନୈତିକ ବାତାବରଣ ଅଲଗା। ଭିନ୍ନଭିନ୍ନ ଦଳର ନେତାମାନେ ସେମାନଙ୍କ ନିର୍ବାଚନ ପ୍ରଚାର କଲେ ମଧ୍ୟ ଚା ଖଟିରେ ଏକା ସାଥୀରେ ଆଲୋଚନା କରିଥାନ୍ତି। ସେଥିପାଇଁ ବୀରମାଟି ବୀରମହାରାଜପୁର ରାଜନୀତି ଅଲଗା ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/a1fdf370-c8f2-474f-bda3-6344ae4a1951.jpeg)