ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ

ଭୁବନେଶ୍ୱର: କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପରେ ଆଜି ରାଜ୍ୟ ସରକାରଙ୍କୁ ବିଜେପି ଘେରିଛି | ଆଉ ଫେରାର ଘଟଣାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର । ସେ କହିଛନ୍ତି ହାଇଦର ଫେରାର ହେବା ଏକ ଉଦବେଗଜନକ ଘଟଣା । ଓଡ଼ିଶାର ଆଇନ ଶୃଙ୍ଖଳାର କେମିତି ଧୀରେ ଧୀରେ ଅବନତି ଘଟୁଛି ଏହା ତାହାର ଉଦାହରଣ ।

ବୁର୍ଲା ମେଡିକାଲ ଥିବା ସତ୍ୱେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାହିଁକି ବାରମ୍ବାର ସମ୍ବଲପୁରରୁ କଟକ ଅଣାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା । କଟକ ହସ୍ପିଟାଲରେ ତାଙ୍କୁ କେମିତି କ୍ୟାବିନ ମିଳିଲା ଓ କିଏ ଏଥିପାଇଁ ସୁପାରିଶ କରିଥିଲା । ବୁର୍ଲା ମେଡ଼ିକାଲ ଗ୍ୟାଙ୍ଗଷ୍ଟାରକୁ ରେଫର କରିନଥିବା ସତ୍ୱେ କେମିତି କଟକ ଆସିଲେ ବୋଲି ପ୍ରକାଶ ମିଶ୍ର ପ୍ରଶ୍ନ କରିଛନ୍ତି ।

ଏପରିକି କିଡନୀ ରୋଗୀଙ୍କ ଖାଦ୍ୟପେୟ ନେଇ କଟକଣା ଥିବା ବେଳେ ବିରିୟାନୀ କେମିତି ଖାଉଥିଲେ ସେ ନେଇ ବରିଷ୍ଠ ବିଜେପି ନେତା ପ୍ରଶ୍ନ କରିଛନ୍ତି |

ସମ୍ବନ୍ଧିତ ଖବର