ରାହୁଲଙ୍କୁ ବିଜେପିର ସମାଲୋଚନା

ଭୁବନେଶ୍ବର : ଓଡ଼ିଶାକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରମ୍ବାର ଆସି ଆତସବାଜି ପ୍ରଦର୍ଶନ କରୁଛନ୍ତି। ବରଗଡ଼ ସମାବେଶରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ସମାଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାହୁଲଙ୍କୁ ଏପରି ପାଲଟା ଜବାବ ଦେଇଛି।

ରାହୁଲଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ହେଉଛି ସେହି ରାଜନୀତି ଦଳ ଏବଂ ରାହୁଲ ଗାନ୍ଧୀ ସେହି ପରିବାରରୁ ଆସିଛନ୍ତି ଯେଉଁ ପରିବାର ଦେଶରେ ଭ୍ରଷ୍ଟାଚାର ଆରମ୍ଭ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା ଓ ଅସ୍ଥିରତା କରିଛି। ଦଶନ୍ଧି ଧରି କେନ୍ଦ୍ରରେ ଶାସନ କରିଥଇବା କଂଗ୍ରେସ ଦଳ ଓଡ଼ିଶାକୁ ଅବହେଳା କରିଥିଲା। ୧୦ ବର୍ଷ ଭିତରେ ଇନ୍ଦିରା ଆବାସ ଯୋଜନାରେ ଓଡ଼ିଶାରେ କେତେ ହିତାଧିକାରୀଙ୍କୁ ଘର ଦେଇଥିଲେ ସେ କଥା ରାହୁଲ ଗାନ୍ଧୀ ସ୍ପଷ୍ଟ କରିବା ଦରକାର। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସହାୟତା ଟଙ୍କା ମାଗିବାବେଳେ ଟଙ୍କା ଗଛରେ ଫଳେନାହିଁ ବୋଲି ତାଙ୍କ ସରକାର କହୁଥିଲେ। ଏହା ହେଉଛି କଂଗ୍ରେସ ଦଳର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ବୋଲି ଶ୍ରୀହରିଚନ୍ଦନ କହିଥିଲେ। ରାହୁଲ ଗାନ୍ଧୀ ବିଜେଡି ଦଳକୁ ଯେତେ ସମାଲୋଚନା କଲେ ବି ନବୀନ ବାବୁ ଏ ବାବଦରେ ଚୁପ ରହୁଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପିର ଏହି ସାମ୍ବାଦିକ ସମ୍ମିିଳନୀରେ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର