ରାୟଗଡ଼ା: ରାୟଗଡା ଜିଲ୍ଲା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦିକା ପୁରନ୍ଦେଶ୍ବରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ତୀର୍ଥ କାର୍ଯ୍ୟକ୍ରମକୁ ନେଇ ସେ ରାୟଗଡା ଗସ୍ତ କରିଥିବା କହିଛନ୍ତି। ରାୟଗଡା ଜିଲ୍ଲାର ରାୟଗଡା ସମେତ ରାମନାଗୁଡା ଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବା ପରେ ମୁନିଗୁଡାରେ ବ୍ୟବସାୟୀ ସମାବେଶରେ ଯୋଗ ଦେବେ। ପରେ ଜିଲ୍ଲା ବିଜେପିର ମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗ ଦେଇ ଭବାନୀପାଟଣା ଗସ୍ତ କାର୍ଯ୍ୟକ୍ରମ ରହିଛି।
ମଙ୍ଗଳବାର ସେ ସକାଳେ ରେଳ ଷ୍ଟେସନରେ ଓହ୍ଲାଇବା ପରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହାର ଏକ ହିସାବ ସମସ୍ତ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଦେଶରର ସମସ୍ତ ବରିଷ୍ଠ ନେତା, ମନ୍ତ୍ରୀ ବିକାଶର ରିପୋର୍ଟ କାର୍ଡ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏବେ ସମସ୍ତ ଲୋକସଭା ଅଂଚଳରେ ପରିଦର୍ଶନ କରୁଛନ୍ତି। ସେବାକୁ ବିଶ୍ବାସ କରୁଥିବା ପାର୍ଟି ହେଉଛି ଭାରତୀୟ ଜନତା ପାର୍ଟି ବୋଲି ସେ କହିଥିଲେ। ସୋମବାର ଠାରୁ ମୁଁ କୋରାପୁଟ ଲୋକସଭା ମଣ୍ଡଳୀରେ ବୁଲୁଛି। ସମାଜରେ ଯେଉଁଠି ବିକାଶ ହୋଇନାହିଁ ସେଠାରେ କିପରି ବିକାଶ ହେବ ସେନେଇପାର୍ଟି କାମ କରୁଛି ଏବଂ ଭାରତୀୟ ଜନତା ପାର୍ଟିର ଚି୍ନ୍ତା ହେଉଛି ବିକାଶ। ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ସେ ବିକାଶ କରିଛନ୍ତି। ସେ ଯେତେବେଳେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲେ ସେତେବେଳେ ସେ କହିଥିଲେ ଯେ ସେ ଭାରତର ପ୍ରଧାନ ସେବକ।ଗରିବ ଲୋକଙ୍କ ପାଇଁ କାହିଁ କେତେ ଯୋଜନା ପ୍ରଧାନମନ୍ତ୍ରୀ କରିଛନ୍ତି।
ସେହିପରି ଓଡିଶାର ବିକାଶ ପାଇଁ ମଧ୍ୟ ବହୁ ଆର୍ଥିକ ସହାୟତା ସେ କରିଛନ୍ତି। ପୁରେନ୍ଦେଶ୍ବରୀ କୋରାପୁଟ ଲୋକସଭା ନିର୍ବଚନୀ ମଣ୍ଡଳୀର ବିଭିନ୍ନ ଅଂଚଳ ବୁଲିବା ସମୟରେ ସେ କିଛି ଲୋକଙ୍କୁ ସାକ୍ଷାତ କରି ତାଂକୁ ଘର, ପାଇଖାନା,ଉଜ୍ବଳା ଯୋଜନାରେ ମାଗଣାରେ ଗ୍ୟାସ ମିଳିଛି କି ନାହିଁ ବୋଲି ପଚାରିବାରୁ ସେମାନେ ମନା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ ଯେ ବିଧାୟକମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇ ରିପୋର୍ଟ କାର୍ଡ ଦେବା ପାଇଁ । ସେଠାରେ ଜଣଆପଡିଯିବ ଯେ କିଏ କେତେ କାମ କରିଛି।ରାୟଗଡାକୁ ଡିଭିଜନ କରାଯିବା ସହ ଜୟପୁର, କୋରାପୁଟ, ଦାମନଯୋଡି ଏବଂ ରାୟଗଡାକୁ ଉନ୍ନତ ରେଳ ଲାଇନ ଦେବା ସହ ଆଗକୁ ଆହୁରି ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ରାୟଗଡା ରେଳଷ୍ଟେସନକୁ ୧୪୦ କୋଟି ଟଂକା ପ୍ରଦାନ କରାଯାଇଛି। ନୂଆ ରେଳଷ୍ଟେସନ ନିର୍ମାଣ କରାଯାଇଛି। ରାୟଗଡା ଏବଂ କୋରାପୁଟ ଅଂଚଳର ବିକାଶ ପାଇଁ ୨୫୦୦ ଟଂକା ପ୍ରଦାନ କରାଯିବା ସହ ରାସ୍ତାର ବିକାଶ ନେଇ ମଧ୍ୟ କାମ କରାଯାଇଛି।୧୫ ହଜାର ଟଂକା ଟଂକାରେ ଭାରତମାଳା ରାସ୍ତା ନିର୍ମାଣ କରାଯାଉଛି। କୋରାପୁଟ ଲୋକସଭାରେ ବିକାଶ ଜୋରସୋରରେ ଚାଲିଛି ଏବଂ ଚାଲିବ ବୋଲି କହିଥିଲେ। ଗତ ୯ ବର୍ଷରେ ବିଜେପି ସରକାର ଯେଉଁ ସବୁ ବିକାଶ କରିଛି ସେସବୁର ରିପୋର୍ଟ କାର୍ଡ ଆମେ ଲୋକଙ୍କ ପାଖରେ ରଖିବୁ ଏବଂ ଆଗାମୀ ଦିନରେ ଆଉକି କି ବିକାଶ କରାଯିବ ସେନେଇ ମଧ୍ୟ ପ୍ରତିଶ୍ରୁତି ଦେବ ବୋଲି ସେ କହିଥିଲେ।