ଭଦ୍ରକ/ଚାନ୍ଦବାଲି/ଧାମରା/ମତୋ/ବାଲେଶ୍ବର: ଉଭୟ ବିଜେପି, ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଦେଶର ସମ୍ବିଧାନର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦୁଇ ସରକାରକୁ ହଟାଇବାର ଆବଶ୍ୟକତା ରହିଛି ବୋଲି ଆଜି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେ।
ଶ୍ରୀ ଖଡ୍ଗେ କହିଥିଲେ, ଭାରତର ସମ୍ବିଧାନ ପ୍ରତି ବିପଦ ରହିଛି। ସମ୍ବିଧାନର ସୁରକ୍ଷା ପାଇଁ ଆଜିଭଳି ଦିନରେ ସମସ୍ତେ ନିଜର ରକ୍ତଦେଇ ଦେଶକୁ ବଞ୍ଚାଇବାର ଆବଶ୍ୟକତା ଅଛି। ଏବେ ‘କର ବା ମର’ ପରିସ୍ଥିତି। ଦେଶ ପ୍ରତି ବିପଦ ସୃଷ୍ଟି କରୁଥିବା ବିଜେପି ଓ ରାଜ୍ୟରେ ବିଜେଡି ଶାସନକୁ ହଟାଇବାର ଆବଶ୍ୟକତା ରହିଛି। ଏହି ଆହ୍ବାନ ସହିତ ଶ୍ରୀ ଖଡ୍ଗେ କଂଗ୍ରେସ କ୍ଷମତାକୁ ଆସିଲେ କୃଷକମାନଙ୍କ ଉପରୁ ଋଣଛାଡ଼, ମହିଳାମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ସହାୟତା, ବାର୍ଷିକ ୧ ଲକ୍ଷ ବେରୋଜଗାରୀ ଭତ୍ତା, କୃଷିଜାତ ପଦାର୍ଥ ଉପରେ ଜିଏସ୍ଟି ଛାଡ଼, ଗରିବମାନଙ୍କୁ ମାସକୁ ମୁଣ୍ଡପିଛା ୧୦ କେଜି ଚାଉଳ ଦିଆଯିବ ବୋଲି କହିଥିଲେ। ବାଲେଶ୍ବର ସଭାରେ ରାଜ୍ୟ ପ୍ରଭାରୀ ଡା.ଅଜୟ କୁମାର ଯୋଗଦେଇ କଂଗ୍ରେସର ହାତମୁଠାକୁ ଟାଣ ପାଇଁ ବିଧାନସଭା ପ୍ରାର୍ଥୀ ଅମିୟ ମହାପାତ୍ର ଓ ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ନିବେଦନ କରିଥିଲେ।
ଓଡ଼ିଶାରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ ପ୍ରଚାର
ଭଦ୍ରକ, ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ
ଭଦ୍ରକ ସଭାରେ ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ମୀନାକ୍ଷି ବାହିନୀପତି, ଚାନ୍ଦବାଲି ନିର୍ବାଚନମଣ୍ଡଳୀ ନେତା ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ, ବ୍ଲକ୍ ସଭାପତି ବୈଲୋଚନ ପଣ୍ଡା, ବଦ୍ରିନାଥ ନାୟକ, ସୁଦର୍ଶନ ସ୍ୱାଇଁ,
ବସନ୍ତ ନାୟକ, ତିହିଡି ବ୍ଲକ୍ ସଭାପତି ସରୋଜ ଦାସ, ରମେଶ ନାୟକ, ବୃନ୍ଦାବନ ମହାଳି, ସୁରେଶ ମାହୁନ୍ତ, ପ୍ରମୋଦ ନାୟକ, ମଧୁସ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବାଲେଶ୍ବର ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡା.ଅଜୟ କୁମାର, ମିନାକ୍ଷୀ ନଟରାଜନ୍, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ବାଲେଶ୍ବର କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଯୋଗଦେଇ ବିଜେପି ଓ ବିଜେଡି ବିରୋଧରେ ବର୍ଷିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ସଦର ବିଧାୟକ ପ୍ରାର୍ଥୀ ମୋନାଲିସା ସାମଲ, ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଯେନା, ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ ଉପସ୍ଥିତ ଥିଲେ।