କଳା ପତାକା ପ୍ରଦର୍ଶନ ନେଇ ବିଜେପି- ବିଜେଡି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଢେଙ୍କାନାଳ ଗସ୍ତରେ ଆସିଥିଲେ।ଏହାକୁ ବିରୋଦ କରି ଜିଲ୍ଲା ବିଜେପି କଳା ପତାକା ପ୍ରଦର୍ଶନ ପାଇଁ ଆସୁଥିବା ବେଳେ ଗଣେଶ ବଜାରଠାରେ ବିଜେଡି ସହ ମୁହାଁମୁହିଁ ହୋଇଥିଲେ। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିବାକୁ ନେଇ ଢେଙ୍କାନାଳ ବିଧାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମମିତା ମେହେରଙ୍କ ହତ୍ୟାକାଣ୍ତରେ ବିଜେଡି ନେତା ମନ୍ତ୍ରୀ ଦିବ୍ୟଶଙ୍କର ସିଂହଙ୍କ ସଂପୃକ୍ତି ରହିଥିବା ଓ ତାହାକୁ ନବୀନ ସରକାର ଘଣ୍ଟ ଘୋଡାଉଥିବା ବିଜେପି ଶାଖା ପକ୍ଷରୁ ଆରୋପ କରାଯାଇଥିଲା। ଏହାର ପ୍ରତିବାଦରେ ବିଜେପି କର୍ମୀମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ପାଇଁ ସହର ପରିକ୍ରମା କରି ସଭାସ୍ଥଳକୁ ଆସିବା ପୂର୍ବରୁ ଗଣେଶ ବଜାରଠାରେ ବିଜେଡି କର୍ମୀମାନଙ୍କ ସହ ମୁହାଁମୁହିଁ ହୋଇଥିଲା। ସେଠାରେ ଉପସ୍ଥିତ ପୁଲିସ୍‌ ଅଧିକାରୀମାନେ ବିଜେପି କର୍ମୀମାନଙ୍କୁ ଗିରଫ କରି ନେଇ ଯାଇଥିଲେ। ସେହିପରି ବିଜେପି ଜିଲ୍ଲା କାର୍ଯ୍ୟାଳୟରୁ ଆଉ ଏକ ଦଳ କଳା ପତାକା ଧରି ଆସୁଥିବା ବେଳେ କଲେଜ୍ ପାଖରୁ ପୁଲିସ୍‌ ସେମାନଙ୍କୁ ଉଠାଇ ନେଇଥିଲେ। ସାରା ସହରରେ ପୁଲିସ୍‌ କଡାକଡି ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ ବିଜେପି କର୍ମୀମାନେ କିପରି ଶୋଭାଯାତ୍ରରେ କଳା ପତାକା ଧରି ସଭାସ୍ଥଳ ଆଡକୁ ଆସିପାରୁଥିଲେ ତାହାକୁ ନେଇ ଢେଙ୍କାନାଳ ବିଧାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପୁଲିସ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏସ୍‌ପିଙ୍କୁ କଡାକଡି ଶୁଣାଇଥିଲେ।

ସମ୍ବନ୍ଧିତ ଖବର