ବରଗଡ଼/ପଦ୍ମପୁର : ଆୟକର ଏବଂ ବାଣିଜ୍ୟକର ବିଭାଗର ଚଢ଼ଉ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଯଦି କୌଣସି ବ୍ୟକ୍ତି ଆଇନକୁ ଭାଙ୍ଗିଥିବେ, ବେଆଇନ ଭାବରେ କଳାଟଙ୍କା ରଖିଥିବା ପ୍ରମାଣ ଆୟକର ବିଭାଗ ପାଖରେ ଥିବ ତେବେ ସେମାନେ ଚଢାଉ କରିଥିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା ବାଟରେ ଯିବ ବୋଲି କୁହନ୍ତି। ଆୟକର ଚଢାଉ ମଧ୍ୟ ଆଇନ ଆଧାରରେ ହେଉଛି। ତେଣୁ ବିଜେଡି ଏହାକୁ ବିରୋଧ କରିବା ଉଚିତ ନୁହଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଉପନିର୍ବାଚନ ହାରିବା ଭୟରେ ବିଜେପି ସମସ୍ତ କେନ୍ଦ୍ରୀୟ ସଂସ୍ଥା ଲଗାଇ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଛି ବୋଲି ବିଧାୟକ ସୁଶାନ୍ତ ସିଂ କହିଛନ୍ତି। ଭୋଟ୍ ମାଧ୍ୟମରେ ପଦ୍ମପୁରବାସୀ ଏହାର ଜବାବ ଦେବେ ବୋଲି ଶ୍ରୀ ସିଂ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sssss-2.jpg)