ବ୍ରହ୍ମଗିରି: ବାତ୍ୟା ଆଶ୍ରୟସ୍ଥଳୀ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ଆଜି ଉଦ୍ଘାଟନସ୍ଥଳ ରଣକ୍ଷେତ୍ର ପାଲଟିଛି। ପୁଲିସ ଉପସ୍ଥିତିରେ ବିଜେପି ଓ ବିଜେଡିର ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରେ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ଥାନୀୟ ବିଧାୟିକା ଉପାସନା ମହାପାତ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସମେତ ୫ ଜଣ ପୁଲିସ୍ ଅଧିକାରୀଙ୍କୁ ସେଠାରେ ମୁତୟନ କରାଯାଇଛି।
ଆଜି ବ୍ରହ୍ମଗିରି ବ୍ଲକ୍ ବଡ଼ବେଣାକୁଦି ପଞ୍ଚାୟତର ବଡ଼ଦିଆଣ୍ତି ଗାଁରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏକ ବାତ୍ୟା ଆଶ୍ରୟସ୍ଥଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା। ବିଧାୟିକା ପହଞ୍ଚିବା ପୂର୍ବରୁ ହଠାତ୍ ସେଠାେ;ର ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଚେୟାର ଫିଙ୍ଗାଫୋପଡ଼ା ସହିତ ଭଙ୍ଗାଇଟାରେ ଉଭୟଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଉତ୍ସବସ୍ଥଳ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପୁଲିସ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇନଥିଲା। ଘଟଣାସ୍ଥଳରେ ତୁରନ୍ତ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ପହଞ୍ଚିବା ପରେ ସ୍ଥିତି ପୁଲିସ ନିୟନ୍ତ୍ରଣକୁ ଆସିଥିଲା।
ଏନେଇ ବ୍ରହ୍ମଗିରି ଆଇଆଇସି ରାଜେନ୍ଦ୍ର ମହାପାତ୍ର କହିଛନ୍ତି ବାତ୍ୟା ଆଶ୍ରୟସ୍ଥଳୀ ଭିତ୍ତିପ୍ରସ୍ତର ଫଳକ ଉଦ୍ଘାଟନ ପୂର୍ବରୁ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ମାର୍ପିଟ ହୋଇଛି। ଜଣେ ଆହତ ହୋଇଥିବା ଖବର ମିଳିଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଁରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସହିତ ୫ ଅଧିକାରୀ ଉପସ୍ଥିତ ରହିଛନ୍ତି। ଏବେ ସ୍ଥିତି ନୟନ୍ତ୍ରଣାଧୀନ ରହିଛି। ଏହି ଘଟଣା ଆଜି ବ୍ରହ୍ମଗିରିରେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/22/KymXepNQe1zQREqX2Sra.jpg)