ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଯୋଜନା ଏବଂ ସମନ୍ବୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ତଥା ବିଜେଡି ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ଗତ ୨୦ତାରିଖରେ ଜିଆର୍ଏସ୍ମାନଙ୍କ ବୈଠକ କରି ଶାସକ ବିଜେଡି ସପକ୍ଷରେ ଭୋଟ୍ ପ୍ରଚାର ଏବଂ ଅନୈତିକ ଟଙ୍କା ବାଣ୍ଟିବାର ଦାୟିତ୍ବ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଓ ପ୍ରମାଣ ଦିଆଯିବା ପରେ ୧୬ଜଣ ଜିଆର୍ଏସ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହେଲେ ଅନ୍ୟ ଜିଆରଏସ୍ ସଂଗଠନର ନେତୃବୃନ୍ଦମାନେ ବୈଠକରେ ଉପସ୍ଥିତ ଥିଲେ ବି ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ? ମନ୍ତ୍ରୀ ଶ୍ରୀ ଢୋଲକିଆ ଏବଂ ବିଧାୟକ ଶ୍ରୀ ଦାସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ପତ୍ର ଦେଇଛି।
ଆଜି ବିଜେପି ଅଭିଯୋଗ ଆଣିଛି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ପଦ୍ମପୁରରେ ପ୍ରଚାର ଅବସରରେ ପିଏଚ୍ସିକୁ ସିଏଚ୍ସିରେ ରୂପାନ୍ତରିତ କରିବା ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେବା ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଆଇନ-୧୯୫୧ର ଉଲ୍ଲଂଘନ। ଏଭଳି ଦଣ୍ଡନୀୟ ଅପରାଧ ପାଇଁ ମନ୍ତ୍ରୀ ଶ୍ରୀ ଦାସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେହିପରି ପୁଲିସ ପ୍ରଶାସନ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ଆକ୍ରୋଶମୂଳକ ଭାବେ ବିଜେପି ତାରକା ପ୍ରଚାରକଙ୍କୁ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛି। ଏହି ପ୍ରତିନିଧି ଦଳରେ ବିଜେପି ଗଣମାଧ୍ୟମ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ମୁଖପାତ୍ର ସୋନାଲି ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିିତ ଦାସ, ରାଜ୍ୟ ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ ଜେନା ଏବଂ କୃଷକ ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/ceo-m3.jpg)
