publive-image image source-oneindia

Advertisment

ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପଛରେ କାହାର ଶ୍ରେୟ ରହିଛି, ସେଥିନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଚାଲିଛି । ସୂଚନା ମୁତାବକ ସୁରଟରେ ଆୟୋଜିତ ଏକ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ କି, ଭୁବନେଶ୍ୱରରୁ ସୁରଟ ବିମାନ ଚଳାଚଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ପାଇଁ ସମ୍ଭବ ହୋଇପାରିଲା । ଆଉ ଏହାର ଶ୍ରେୟ ନବୀନ ବାବୁଙ୍କର। ଏହାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ । ଏପରିକି ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ମଧ୍ୟ ‘ସୁରଟ ବିମାନ’ର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର । ଏପରିକି ବିଜେପି ଏନେଇ ବାହା ବାହା ନେଉଥିବା କହିଛନ୍ତି ପ୍ରମିଳା ।

publive-image image source-pratisrutiplus.com

ସେପଟେ ଏହାକୁ ନେଇ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ବିଜେଡିର କଥାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ କାଉଣ୍ଟର୍ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ବାଚସ୍ପତି ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖନ୍ତୁ । କୌଣସି ଦଳୀୟ ଭାବନା ରଖି ବୟାନ ନ ଦିଅନ୍ତୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ପରାମର୍ଶ ଦିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ପୃଥ୍ୱୀରାଜ ।
ପୃଥ୍ୱୀରାଜ ଆହୁରି ମଧ୍ୟ କହିଛନ୍ତ,‘ ସୁରଟକୁ ବିମାନ ଉଡ଼ିବା ପଛରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ରହିଛି, ତାହା କହିବା ସମ୍ପୂର୍ଣ୍ଣ ଭୁଲ, କାରଣ ଏହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ନେତାଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି । ଆମେ ଗ୍ରହଣ କରୁଛୁ ନବୀନ ବାବୁ ଚିଠି ଲେଖି କେନ୍ଦ୍ରକୁ ଜଣାଇଥିଲେ, କିନ୍ତୁ ଏହାକୁ କେବଳ ତାଙ୍କର ଶ୍ରେୟ କହିବା ଏକ ବାହା ବାହା ନେବା ସଦୃଶ ।