ନୂଆପଡ଼ା: କଂଗ୍ରେସ ଦଳରେ ଯୋଗ ଦେଇଥିବା କୁଲିଆବନ୍ଧର ୮ ନମ୍ବର ଜୋନରେ ଅନେକ ବିଜେପି ଏବଂ ବିଜେଡି କର୍ମୀଙ୍କୁ ଗୁରୁବାର ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ୱାଗତ କରିଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପୂର୍ବତନ ସରପଞ୍ଚ ହୀରାଲାଲ ପଟେଲ ମଧ୍ୟ ତାଙ୍କ ସମର୍ଥକମାନଙ୍କ ସହିତ ଆମ ସହିତ ଯୋଗ ଦେଲେ ଏବଂ ନୂଆପଡା ଉପନିର୍ବାଚନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ସମର୍ଥନ ଜଣାଇଛନ୍ତି।
Welcome several BJP and BJD workers at Zone 8, Kuliabandha who joined Congress Party today. Ex Sarpanch Shri Hiralal Patel also joined us with his supporters and extended support to Nuapada Byelection candidate Shri Ghasiram Majhi.#NuapadaMaangeNyaypic.twitter.com/h2TgrhKEgV
— Bhakta Charan Das (@BhaktaCharanDas) October 16, 2025
ଭକ୍ତ ଚରଣ ଦାସ କହିଛନ୍ତି, ଆଦିବାସୀ ସଂପ୍ରଦାୟ କଂଗ୍ରେସକୁ ସମର୍ଥନ କରନ୍ତି ଏବଂ ଆଗକୁ ମଧ୍ୟ ସମର୍ଥନ ଜାରି ରଖିବେ । ମିଥ୍ୟା ପ୍ରଚାର ଫସର ଫାଟିଛି । ଆଦିବାସୀଙ୍କୁ ମୋହରା କରି ଘାସିରାମଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନଙ୍କ ପର୍ଦ୍ଦାଫାସ ହୋଇଛି ବୋଲି ସେ କହିଛନ୍ତି।
ଆଦିବାସୀ ସଂପ୍ରଦାୟ କଂଗ୍ରେସକୁ ସମର୍ଥନ କରନ୍ତି ଏବଂ ଆଗକୁ ମଧ୍ୟ ସମର୍ଥନ ଜାରୀ ରଖିବେ ।
— Bhakta Charan Das (@BhaktaCharanDas) October 16, 2025
ଫସର ଫାଟିଛି ମିଥ୍ୟା ପ୍ରଚାର ।
ଆଦିବାସୀଙ୍କୁ ମୋହରା କରି ଘାସିରାମଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ମାନଙ୍କ ପର୍ଦ୍ଦାଫାସ ହୋଇଛି ।#Nuapadapic.twitter.com/iwcQufTBr5