ଭୁବନେଶ୍ବର: ତିନି ଦିନ ରାଜ୍ୟ ସରକାର ଶୋକ ପାଳନ କରାଯାଉଥିବା ହେତୁ ବିଜେପି ତାର ସମସ୍ତ ଆନ୍ଦୋଳନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ୧ ତାରିଖରେ ସମସ୍ତ ବ୍ଲକ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଥିଲା। ଏବେ ରାଜ୍ୟ ଶୋକକୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଉଛି। ଆସନ୍ତା ୨, ୩ ଓ ୪ ତାରିଖରେ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବ ବିଜେପି।
ନବ ଦାସଙ୍କୁ ପୁଲିସ ଏଏସଆଇ ଗୁଳି ମାରି ହତ୍ୟା କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,ଦିନ ଦ୍ଵିପହରରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଦୁରଵସ୍ଥାକୁ ସୁଚାଉଛି । ହତ୍ୟାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରି ତଥ୍ୟ ସାମ୍ନାରେ ରଖନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/D04A0F44-4760-4224-968D-1B89F2F11E58.jpeg)