ବିଜେପି ପକ୍ଷରୁ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ ଅଫିସ୍‌ ଘେରାଉ

ବୀରମହାରାଜପୁର : ବିଦ୍ୟୁତ୍‌ ଦେୟ ବୃଦ୍ଧି ପ୍ରତିବାଦରେ ବୀରମହାରାଜପୁର ବିଜେପି ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବିଦ୍ୟୁତ ସେକ୍‌ସନ ଅଫିସ୍‌କୁ ଘେରାଉ କରାଯାଇଥିଲା। ବର୍ଦ୍ଧିତ ବିଦ୍ୟୁତ ଦେୟ ତୁରନ୍ତ ପ୍ରତ୍ୟାହାର, ଅଘୋଷିତ ବିଦ୍ୟୁତ କାଟ୍‌ ବନ୍ଦ କରିବା, ମାଗଣାରେ ଚାଷୀ ମାନଙ୍କୁ ବିଜୁଳି ଯୋଗାଇ ଦେବାକୁ ଦାବି କରି ଧାରଣ ଦେଇଥିଲେ।

ଏହି ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିଶୋର ହୋତା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଭୋଇ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ, ରଘୁବୀର ପାଣିଗ୍ରାହୀ, ବାଗବର ସରପଞ୍ଚ ବ୍ୟୋମକେଶ ପଣ୍ଡା, ରଶ୍ମିତା ଷଡ଼ଙ୍ଗୀ, ନମିତା ପଣ୍ଡା, ପଦାର୍ଥ ଜଗଦଲା, ରମେଶ ପଣ୍ଡା, ସତ୍ୟ ମୋହନ ବେଦପାଣି, ଏକଲବ୍ୟ ବେହେରା, ଅଶୋକ ସାହୁ, ଦିଲ୍ଲୀପ ପଧାନ, ବଳରାମ ବଘାର, କର୍ମୁ କଲତା, ଗୌର ଜଗଦଲା, ଭୋଲା ଶଙ୍କର ବାଘ, ସନତ ହୋତା, ପବିତ୍ର ପଧାନ ପ୍ରମୁଖ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଆସନ୍ତା ୧୯ ତାରିଖରେ ସୋନପୁରଠାରେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଏକ ମହମବତୀ ଶୋଭାଯାତ୍ରା କରାଯିବା ନିଷ୍ପତ୍ତି ନିଆଯାଇଛି।

ଆଜି ବିଦ୍ୟୁତ ବିଭାଗର ଅଧିକାରୀ କେହି ନ ଥିବାରୁ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବୀରମହାରାଜପୁର ଉପଖଣ୍ଡସ୍ତରୀୟ କାର୍ଯ୍ୟାଳୟ ଉଲୁଣ୍ଡାରେ କାର୍ଯ୍ୟ କରୁଛି। ଯାହାଫଳରେ ଜନ ସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହା ତୁରନ୍ତ ବୀରମହାରାଜପୁରକୁ ସ୍ଥାନାନ୍ତରିତ କରିବାକୁ ବିଜେପି ଦାବି କରିଛି। ଏହାସହିତ ଏଠାରେ ଥିବା ୨ କନିଷ୍ଠ ଯନ୍ତ୍ରୀ ସୋନପୁରରୁ ଯିବାଆସିବା କରୁଥିବାରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି। କନିଷ୍ଠଯନ୍ତ୍ରୀ ଦ୍ବୟ ବୀରମହାରାଜପୁରରେ ରହିବାକୁ ଦାବି କରିଛି ବିଜେପି।

ସମ୍ବନ୍ଧିତ ଖବର