ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକରେ ବିଜେଡି ସରକାରଙ୍କର ବ୍ୟାପକ ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ବିଜେପି ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଓଡିଶା ରାଜ୍ୟ ସଂପାଦକ ନବୀନ ରାମଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବିନା ପଲ୍ଲୀସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ତଥା ଅନ୍ୟାନ୍ୟ ପଞ୍ଚାୟତ କାର୍ଯ୍ୟ ଚାଲୁରହିଛି। ସରକାର ଏବେ ଆମ ଓଡ଼ିଶା ନୀବନ ଓଡ଼ିଶା ଯୋଜନା କଲେ। କିନ୍ତୁ ବିଜେଡି ସରକାର ୨୩ ବର୍ଷ ଶାସନ କଲେ ମଧ୍ୟ କଅଣ ଗାଁ ପଞ୍ଚାୟତର ଉନ୍ନତି କରିପାରିନାହାଁନ୍ତି।
ସେହିପରି ଶିକ୍ଷା କ୍ଷେତ୍ରରେ ରାଜ୍ୟ ବିପର୍ଯ୍ୟସ୍ତ ହୋଇଯାଇଛି କାରଣ ମାତ୍ର ୫ଜଣ ଶିକ୍ଷକରେ ଚାଲିଛି ଅନେକ ବିଦ୍ୟାଳୟ। ସ୍ବାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଦିଗହରା ହୋଇଯାଇଛି। କାରଣ ସରକାର ଡାକ୍ତରଖାନାରେ ଡାକ୍ତର ଯୋଗାଇ ପାରୁନାହାଁନ୍ତି। କିନ୍ତୁ ଡାକ୍ତରଖାନାରେ କୋଠାଘର ଉପରେ କୋଠାଘର ନିର୍ମାଣ ଓ ମରମତି ଚାଲିଛି। ସେହିପରି ଏଠିକାର ଲୋକେ ଦାଦନ ଶ୍ରମିକ ଭାବେ ଖଟିବାକୁ ବାହର ରାଜ୍ୟକୁ ଯାଉଛନ୍ତି। ଏଠାରେ ନା ଅଛି ଶିଳ୍ପ ଅନୁଷ୍ଠାନ, ନା ଅଛି କର୍ମ ନିଯୁକ୍ତି ସୁଯୋଗ । ଏହି ବିକ୍ଷୋଭରେ ଶତାଧିକ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ।