ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ପ୍ରତି କନିଷି ତହସିଲଦାର ପ୍ରଳୟନାଥ ଶତପଥୀ ଅପଶଦ୍ଦ ବ୍ୟବହାର ଓ ଗାଳିଗୁଲଜ କରିଥିବା ଅଭିଯୋଗକୁ ନେଇ ଗୁରୁବାର ଉତ୍ତେଜନା ଦେଖାଦେଇଛି। ସଭାପତି ଶ୍ରୀ ଜେନାଙ୍କ ନେତୃତ୍ବରେ ତହସିଲ ଅଫିସ୍ ଆଗରେ ଦୀର୍ଘ ୫ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି କର୍ମୀମାନେ ଦୁଇଟି ଫାଟକରେ ତାଲା ଠୁଙ୍କି ଦେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଉଭୟ ପକ୍ଷର ଏତଲାକୁ ନେଇ ଗୋଳନ୍ଥରା ଥାନାରେ ୩ଟି ମାମଲା ରୁଜୁ ହୋଇଛି।
ବିଜେପିର ଅଭିଯୋଗ ଅନୁସାରେ, ଆଜି ସକାଳ ୯ଟାରେ ଜିଲ୍ଲା ସଭାପତି ବିଭୂତି କନିଷି ତହସିଲଦାରଙ୍କୁ ମୋବାଇଲ୍ ଯୋଗେ ଯୋଗାଯୋଗ କରିଥିଲେ। କନିଷି-ତୁଳୁ ରାସ୍ତାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଦିଆଯାଇଥିବା ନୋଟିସ୍ର ସମୟସୀମା ପୂରିଯାଇଥିବାରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ। ହେଲେ ତହସିଲଦାର ଶ୍ରୀ ଶତପଥୀ ଏଥିରେ ଉତ୍କ୍ଷିପ୍ତ ହୋଇ ‘ତୁମ ରଙ୍ଗ ଛଡ଼େଇଦେବି। ତୁମେ ଓଡ଼ିଆ ବୁଝୁନ କି ? ମୁଁ ମାଜିଷ୍ଟ୍ରେଟ୍ ତୁମ କଥା ବୁଝିନେବି’ ବୋଲି କହିଥିବା ଭିଭୂତି ଅଭିଯୋଗ କରିଛନ୍ତି। ଏ ନେଇ ବିଭୂତି ଗୋଳନ୍ଥରା ଥାନାରେ ଏତଲା ଦେବା ପରେ ତହସିଲଦାରଙ୍କ ବିରୋଧରେ ନମ୍ବର ୪୩୦/୨୨ ଅନୁସାରେ ମାମଲା ରୁଜୁ ହୋଇଛି।
ତେବେ ତହସିଲଦାରଙ୍କ ବିରୋଧରେ ବିଷୋଦ୍ଗାର କରି ବିଭୂତି ଓ ଶତାଧିକ କର୍ମୀ ସକାଳ ୧୧ଟାରେ କନିଷି ତହସିଲ ଅଫିସ୍ ନିକଟରେ ପହଞ୍ଚିଥିଲେ। ତହସିଲଦାର କାର୍ ଯୋଗେ ପଳାଇବାକୁ ଚେଷ୍ଟା କରିଥିଲେ। ତେବେ କର୍ମୀ ମାନେ କାର୍ ଆଗରେ ବସିପଡ଼ିବା ସହ ତହସିଲଦାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ୍ ଦେଇଥିଲେ। କେବଳ ଏତିକି ନୁହେଁ, ସାଥୀରେ ଆଣିଥିବା ପୋଷ୍ଟର୍କୁ କାର୍ରେ ମାରିବା ସହ ଅଳିଆ ପକାଇଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ପହଞ୍ଚି ତହସିଲଦାରଙ୍କୁ ସୁରକ୍ଷା ଯୋଗାଇ କାର୍ଯ୍ୟାଳୟ ଭିତରକୁ ନେଇଯାଇଥିଲେ। ଏହାଦେଖି କର୍ମୀମାନେ ଅଧିକ ଉତ୍କ୍ଷିପ୍ତ ହୋଇ ଉଠିଥିଲେ। ପୁଲିସ ପକ୍ଷରୁ ବନ୍ଦ ହୋଇଥିବା ମୁଖ୍ୟଫାଟକକୁ ଠେଲି ଅଫିସ୍ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/12-18.jpg)