ବରଗଡ଼ : ପଦ୍ମପୁର ଉପନିର୍ବାଚନ ଫଳାଫଳ ଗୁରୁବାର ଦିନ ପ୍ରକାଶ ପାଇବ। ତେବେ ଭୋଟ୍ ପଡ଼ିବା ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ଯେଉଁ ବାକ୍ବିତଣ୍ଡା ଜାରି ରହିଥିଲା ତାହା ଇଭିଏମ୍ ଖୋଲିବାର କେଇ ଘଣ୍ଟା ପୂର୍ବରୁ ବି ଜାରି ରହିଛି। ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଛି ବିଜେପି। ନିର୍ବାଚନମଣ୍ଡଳୀର ୧୧ଟି ମତଦାନ କେନ୍ଦ୍ରର ଇଭିଏମ୍ ଟାମ୍ପରିଂ କରାଯାଇଥିବା ବିଜେପି ଅଭିଯୋଗ କରିବା ସହ ନିର୍ବାଚନ ପର୍ଯ୍ୟବେକ୍ଷକ, ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛି।
ଅଭିଯୋଗ ଅନୁସାରେ ଯେଉଁ ଯେଉଁ ବୁଥ୍ରେ ବିଜେପିର ପଲା ଭାରି ରହିଥିଲା ସେଠାକାର ଇଭିଏମ୍ ମେସିନ୍ ବଦଳ କରାଯାଇଛି। ବଦଳ ହୋଇଥିବା ଇଭିଏମ୍ ମେସିନ୍ଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସଂରକ୍ଷିତ ଇଭିଏମ୍ ସଂଖ୍ୟାରେ କିଛି ତାଳମେଳ ରହୁନାହିଁ। ତେଣୁ ଜାଣିଶୁଣି ଏଭଳି କାର୍ଯ୍ୟକଳାପ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଅନ୍ୟପକ୍ଷରେ ଏନେଇ ତଦାରଖ କରାଯାଉଥିବା ଜିଲ୍ଲାପାଳ ମୋନୀଷା ବାନାର୍ଜୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/evm-3.jpg)