ଭଞ୍ଜନଗର : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀର ରେଣ୍ଟି ଗ୍ରାମର ୧୮୨ ନମ୍ବର ବୁଥରେ ଇଭିଏମ କଣ୍ଟ୍ରୋଲ ୟୁନିଟ ଭାଙ୍ଗିବା ଘଟଣା ମାମଲାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିଛି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ମହଲତ ସା ଆଜି ଏହି ମାମଲାରେ ଜାମିନ ପ୍ରଦାନ କରିଥିବା ନେଇ ନୀଳମଣିଙ୍କ ଓକିଲ ଖରାଂସୁ ଶେଖର ଦାସ ପ୍ରକାଶ କରିଛନ୍ତି। ଗତକାଲି ସୋରଡା ପୁଲିସ କେସ ଡାଏରୀ ଦାଖଲ କରିଥିବା ବେଳେ ଆଜି ଜାମିନ ମଞ୍ଜୁର ହୋଇଛି। ଏଥିସହ ପୁଲିସ ଚାର୍ଜସିଟ ଦାଖଲ କରିବା ପର୍ଯ୍ୟନ୍ତ ନୀଳମଣି ସୋରଡ଼ା ଥାନାରେ ପ୍ରତ୍ୟେକ ରବିବାର ଦିନ ଉପସ୍ଥିତ ହେବେ ବୋଲି ଓକିଲ ଶ୍ରୀ ଦାସ କହିଛନ୍ତି। ପ୍ରକାଶ ଥାଉକି, ଗତ ଅପ୍ରେଲ ମାସ ୧୮ ତାରିଖରେ ମତଦାନ ସମୟରେ ରେଣ୍ଟି ଗ୍ରାମର ୧୮୨ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଓ ପୁଲିସ କର୍ମଚାରୀଙ୍କୁ ଗାଳି କରିବା ସହ ଇଭିଏମ କଣ୍ଟ୍ରୋଲ ୟୁନିଟ ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଥିଲା।
ଇଭିଏମ୍ ଭଙ୍ଗା ଘଟଣା: ନୀଳମଣିଙ୍କୁ ସର୍ତ୍ତମୂଳକ ଜାମିନ
/sambad/media/post_attachments/wp-content/uploads/2019/05/nilamani-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)