ରାଇରଙ୍ଗପୁର/ତିରିଂ: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ପାଇଁ ଦଳ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ନାମରେ ମୋହର ମାରିଛି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ତିରିଂ ବ୍ଲକର ବିଭିନ୍ନ ଅଞ୍ଚଳକୁ ଶୁକ୍ରବାର ନବ ଚରଣ ମାଝୀଙ୍କ ପ୍ରଥମ ଗସ୍ତ ଥିଲା। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଡାଳିମା,ପଣ୍ଡୁପାଣି, ଗୀତିଲତା, ଗୀତିଲତା ପାତ୍ରସାହି, ଲୁପୁଙ୍ଗ, ତୁଡକାମ ପ୍ରଭୃତି ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଓ କାର୍ଯ୍ୟକର୍ତ୍ତାଙ୍କ ବୈଠକ, ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ବାଦ୍ୟରେ ସମ୍ବର୍ଦ୍ଧନା କରାଯାଇଥିଲା।
ବିଜେପି ଦଳର କାର୍ଯ୍ୟକର୍ତ୍ତାମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ତାଙ୍କୁ ଦଳ ଟିକେଟ ଦେବା ପରେ ବେଶ ଖୁସି ଥିବା କହିବା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ମାନସ ମହାନ୍ତିଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ବିଜେପି ସଭାପତିଙ୍କଠୁ ଆରମ୍ଭ କରି ଜିଲ୍ଲାର ପ୍ରତ୍ୟେକ ମଣ୍ଡଳ ସଭାପତିଙ୍କ ସୁପାରିଶ ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ବିଜେପିର ଲୋକସଭା ପ୍ରାର୍ଥୀ ହୋଇ ପାରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2024/03/IMG-20240329-WA0296.jpg)
ଏହି କାର୍ଯ୍ୟକ୍ରମରେ ବିଜେପିର ଜଲେନ୍ ନାଏକ, ପରମେଶ୍ୱର ସାମାଡ଼, ସାମନାଥ ମାଝୀ ତିନିଜଣ ଆଶାୟୀ ବିଧାୟକ ପ୍ରାଥୀ, ବିସ୍ତାରକ ସୋରଜ ସାହୁ, ରାଇରଙ୍ଗପୁର ମଣ୍ଡଳ ସଭାପତି ସୁରଥ ପଟ୍ଟନାୟକ, ତିରିଂ ବ୍ଲକ ଅଧକ୍ଷ ପରମେଶ୍ୱର ସାମାଡ଼, ବବଲୁ ପୂର୍ତ୍ତି, ସିକନ୍ଦର ଦାସ, ଯତିପ୍ରକାଶ ରଣା, ଦେବାଶିଷ ନାୟକ,କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।