ବରଗଡ଼/ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଭରିଛନ୍ତି। ଏହି ସମୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ପ୍ରଦୀପ ପୁରୋହିତ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଛନ୍ତି।

Advertisment

ବିଜେଡିରୁ ବର୍ଷାରାଣୀ ସିଂ ବରିହା ଆଜି ନାମାଙ୍କନ ପତ୍ର ଭରିଥିଲେ। ତାଆଗରୁ ଜୟାନନ୍ ଥାପା ବି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ ବିଜେପିରୁ ପ୍ରଦୀପ ପୁରୋହିତ, ବିଜେଡିରୁ ବର୍ଷାରାଣୀ ସିଂ ବରିହା, କଂଗ୍ରେସରୁ ସତ୍ୟଭୂଷଣ ସାହୁ, ଓଜେପିରୁ ମୁକ୍ତେଶ୍ୱର ଦାଶ, ଜୟାନନ୍ ଥାପା, ବେଣୁଧର ବରିହା, କର୍ପୂର ମେହେର, ମନୋରଞ୍ଜନ ସିଂ ବରିହା, ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ପ୍ରଶାନ୍ତ ବିଶ୍ୱାଳ, ଜ୍ୟୋତିବିକାଶ ପ୍ରଧାନ, ରେବତୀ ଗିରି, ଚିତ୍ତରଞ୍ଜନ ମେହେର ଏବଂ ଉଦିତ ବୋଣ୍ଡିଆଙ୍କୁ ମିଶାଇ ମୋଟ୍ ୧୫ ଜଣ ପ୍ରାର୍ଥିପତ୍ର କିଣିଛନ୍ତି। ହେଲେ ଗତକାଲି ଯାଏ କେହି ବି ପ୍ରାର୍ଥିପତ୍ର ଦାଖଲ କରି ନଥିଲେ।