ବିଜେପି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସ ଅବସରରେ ବିଜେପି ପକ୍ଷରୁ ଜନତା ମଇଦାନଠାରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ କହିଲେ ମହାତ୍ମା ଗାନ୍ଧୀ ଅହିଂସାର ପୂଜାରୀ ଥିଲେ। ଅହିଂସାକୁ ଆଦର୍ଶ ଭାବେ ପାଳନ କରୁଥିଲେ। କିନ୍ତୁ ଆଜି କଂ‌ଗ୍ରେସ ପରିବାର ଭୋଟବ୍ୟାଙ୍କ ରାଜନୀତି ପାଇଁ ହିଂସାକୁ ଅପଣାଇ ଚାଲିଛି। ଭାରତ ବିଭାଜନ ପରେ ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖମାନେ ବିନା ଦ୍ବିଧାରେ ଭାରତ ଆସିପାରିବେ ଏବଂ ସେମାନଙ୍କୁ ସୁରକ୍ଷା, ଜାଗା, ରୋଜଗାର ଦେବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତବ୍ୟ ବୋଲି ମହାତ୍ମା ଗାନ୍ଧୀ କହିଥିଲେ। କିନ୍ତୁ କଂ‌ଗ୍ରେସ ତାହା ନକରି ଏବେ ନାଗରିକତା ସଂଶୋଧନ ଆଇନ ନାଁରେ ହିଂସା କରୁଛି। ଦେଶ ବିଭାଜନ କରିବା ପାଇଁ କଂଗ୍ରେସ ଅପଚେଷ୍ଟା ଚଲାଇଛି। ଦେଶର ଯୁବପିଢ଼ୀ ଅହିଂସାକୁ ଆଧାର କରି ଗାନ୍ଧିଜୀଙ୍କ ନୀତି ଏବଂ ବିଚାରଧାରାରେ ଅନୁପ୍ରାଣିତ ହୋଇ ନିଜକୁ ମାର୍ଜିତ କରିପାରିବେ।

ସମ୍ବନ୍ଧିତ ଖବର