କଣ୍ଟାବାଞ୍ଜି: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ଅନୁଧ୍ୟାନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି)ର ତିନି ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ତୁରେକେଲା ଥାନା ଝରଣୀ ଗାଁକୁ ପହଂଚିଛନ୍ତି। ବିଜେପି କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ ମମିତା ମେହେରଙ୍କ ପରିବାର ସହ ଆଲୋଚନା କରି ଯାଇଛିନ୍ତି ।
/sambad/media/post_attachments/wp-content/uploads/2021/10/170374a1-e6d8-41a8-b2bc-514e8e359615.jpg)
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ମୋର୍ଚ୍ଚା ସଭାପତି ଏସ୍. ଶ୍ରୀନିବାସନ ଏବଂ ବିଜେପି ବିଧାୟକ ରୂପା ମିତ୍ର ତିନି ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଘଟଣାର ଅନୁଧ୍ୟାନ କରି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ। ମେହେରଙ୍କ ପରିବାର ସହ ଆଲୋଚନା କରିବା ପରେ ମହାଲିଙ୍ଗ ଅଭିମୁଖେ ବାହାରିଛନ୍ତି ।
/sambad/media/post_attachments/wp-content/uploads/2021/10/d728ff9e-3df2-426f-b50b-867ca2dccf2d-1024x462.jpg)
ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଜୋରଦାର ବିରୋଧ ପ୍ରଦର୍ଶନ କରୁଥିବା ଭାରତୀୟ ଜନତା ପାର୍ଟି ଏହି ଘଟଣାକୁ ଜମାରୁ ହାଲୁକା ଭାବେ ନେବାକୁ ଚାହୁଁ ନାହିଁ। ଦିଲ୍ଲୀରେ ଦଳର ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନେଇ ଓଡ଼ିଶା ସରକାର ଉପରେ ବର୍ଷିଥିବା ବେଳେ ଆଜି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭି. ଶ୍ରୀନିବାସନ ରାୟପୁରରରୁ ଓଡ଼ିଶାର ଖରିଆର ରୋଡ ଦେଇ ଆଜି ମମିତା ମେହେରଙ୍କ ଗାଁ ବଲାଙ୍ଗୀର ଝରଣୀ ଗାଁକୁ ଓ ତା ପରେ ମହଲିଙ୍ଗ କଲେଜକୁ ଯିବାକୁ ଥିବା ବେଳେ, ଗ୍ରାଉଣ୍ଡରୁ ଯାହା ଦେଖିବେ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/BJP-Central-Team-in-Jharani-Village_Mamita-Murder-Case_Thumbnail.jpg)