ଭୁବନେଶ୍ୱର: ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସପକ୍ଷରେ ବାହାରିଲା ବିଜେପି । ଶଙ୍କରଚାର୍ଯ୍ୟଙ୍କୁ ନେଇ ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ପ୍ରସଙ୍ଗରେ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଏଭଳି ବୟାନ ନିନ୍ଦନୀୟ ଓ ଜାଣିଶୁଣି ନରସିଂହ ମିଶ୍ର ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି । ସାଢେ ୪ କୋଟି ଓଡିଶାବାସୀଙ୍କୁ ସେ କ୍ଷମା ମାଗନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି | ଗୋଲକ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦଙ୍କ ସାଙ୍ଗିଆ ନେଇ ନରସିଂହଙ୍କ ପ୍ରଶ୍ନ ଜଗନ୍ନାଥ ସଂସ୍କୃତି ଉପରେ ଆକ୍ରମଣ | ନିଶ୍ଚଳାନନ୍ଦ ପୁରୀ ମଠାଧୀଶ ବୋଲି ବିଚାରାଳୟ ସ୍ୱୀକୃତି ଦେଇଛି | ତେଣୁ କଂଗ୍ରେସ ଓ ନରସିଂହ କ୍ଷମା ମାଗନ୍ତୁ| ନରସିଂହ ମିଶ୍ର କହିଥିଲେ ଯେ ପୂର୍ବ ଶଙ୍କରାଚାର୍ଯ୍ୟଙ୍କ ଇଚ୍ଛାପତ୍ର ଅନୁସାରେ ବର୍ତ୍ତମାନର ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସାଙ୍ଗିଆ ‘ଦେବତୀର୍ଥ’ ହେବା କଥା। ମାତ୍ର ସେ ସରସ୍ବତୀ ଲେଖୁଛନ୍ତି।
ଅନ୍ୟପଟେ ଏହାକୁ ବିରୋଧ କରି ନରସିଂହ କହିଛନ୍ତି ଯେ ଧର୍ମ ନାଁରେ ବିଜେପି ବନ୍ଧୁମାନେ ଖାଲି ରାଜନୀତି କରୁଛନ୍ତି । ମୁଁ ଶଙ୍କରାଚାର୍ଯ୍ୟଙ୍କୁ ଅପମାନିତ କରିନାହିଁ ତେଣୁ କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁନାହିଁ | ଆଲୋଚନା ସମୟରେ ଏହା ଏକ ମନି ବିଲ୍ ହୋଇଥିବାରୁ ରାଜ୍ୟପାଳଙ୍କ ଅନୁମତି ଦରକାର ବୋଲି ଆଇନକୁ ଉଦ୍ଧୃତ କରି କହିଥିଲି ।
twitter.comବିଧାନସଭାରେ ଓଡିଶା ହିନ୍ଦୁ ଦେବୋତ୍ତର ବିଧେୟକ ପାରିତ ହେବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହଥିଲେ , ଦେବୋତ୍ତର ଆଇନ୍ ଅନୁସାରେ ମଠଗୁଡିକ ଆଇନ୍ ଅନୁଯାୟୀ ଆୟବ୍ୟୟ ହିସାବ ଦେବା ଆବଶ୍ୟକ ଓ ଆୟର ୫ ପ୍ରତିଶତ ସରକାରଙ୍କୁ ଦେବା କଥା, କିନ୍ତୁ ୧୦ ବର୍ଷ ଧରି ଗୋବର୍ଦ୍ଧନ ମଠ ଆୟବ୍ୟୟ ହିସାବ ଦେଇନାହିଁ ବୋଲି ନରସିଂହ ପ୍ରଶ୍ନ କରିଥିଲେ । ସେପଟେ ଗୋବର୍ଦ୍ଧନ ପୀଠର ମୁଖପାତ୍ର କହିଥିଲେ ଯେ ଶଙ୍କରାଚାର୍ଯ୍ୟଙ୍କୁ ନରସିଂହ ମିଶ୍ରଙ୍କ ସ୍ୱୀକୃତିର ଆବଶ୍ୟକତା ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/BJP-2.jpg)