ବିଜେପି-କଂଗ୍ରେସ ବିଧାୟକ ପୁଣି ମୁହାଁମୁହିଁ : ଗୃହ କମ୍ପାଇ‌େଲ ବିରୋଧୀ

ଗୃହ ପରିଚାଳନା ଅବ୍ୟବସ୍ଥା ନେଇ ଗର୍ଜିଲା କଂଗ୍ରେସ
ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ତାରା
ଚାଷୀ ପ୍ରସଙ୍ଗରେ ବିଜେପିର େସ୍ଲାଗାନବାଜି
ଅଚଳ ହେଲା ଶୂନ୍ୟକାଳ, ବାରମ୍ବାର ମୁଲତବୀ
ସର୍ବଦଳୀୟ ବୈଠକ ଡକାଗଲା, ସହମତି ହେଲାନି

ଭୁବନେଶ୍ବର : ବିଧାନସଭା ପରିଚାଳନା ଓ ଚାଷୀ ପ୍ରସଙ୍ଗକୁ ନେଇ ଆଜି ଶୂନ୍ୟକାଳରେ ଝଡ଼ ସୃଷ୍ଟି େହାଇଛି। ଗୃହ ମଧ୍ୟଭାଗକୁ ଆସି ଉଭୟ ବିେଜପି ଓ କଂଗ୍ରେସ ବିଧାୟକ ମୁହାଁମୁହିଁ ହେବା ସହିତ ଏମିତି ହଙ୍ଗାମା କରିଥିଲେ େଯ କମ୍ପନ ସୃଷ୍ଟି େହାଇଥିଲା। ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡ଼ିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ବାଚସ୍ପତିଙ୍କ ସହିତ ତାଙ୍କର କଥା କଟାକଟି େହାଇଥିଲା।

ସେପଟେ ବିେଜପି ବିଧାୟକମାେନ ମଧ୍ୟ ଛାଡ଼ିବା ଅବସ୍ଥାରେ ନଥିଲେ। ଚାଷୀ ପ୍ରସଙ୍ଗରେ ଆେଲାଚନା କରାଯାଉ େବାଲି ସ୍ଲୋଗାନ ଦେଇଥିଲେ। ବିେଜପି ବିଧାୟକ ଜୟ ନାରାୟଣ ମିଶ୍ର ନିଜ ଆସନରେ ଠିଆ େହାଇ ତୁରନ୍ତ ସମବାୟ ମନ୍ତ୍ରୀଙ୍କୁ ଗୃହକୁ ଡକାଯାଉ େବାଲି ଦାବି କରିଥିଲେ। ପରିଣାମ ହେଲା, ବାରମ୍ବାର ମୁଲତବୀ େହାଇଥିଲା ଗୃହ। ବାଚସ୍ପତି ପୁଣି ଥରେ ସର୍ବଦଳୀୟ ବୈଠକ ଡାକିଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସର୍ବଦଳୀୟ ବୈଠକରେ କୌଣସି ସହମତି େହାଇପାରିନାହିଁ। ତେବେ ଅପରାହ୍ନ ଅଧିବେଶନ ସୁରୁଖୁୁରୁରେ ଚାଲିଥିଲା।

ଆଜି ଶୂନ୍ୟକାଳରେ ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜ ବକ୍ତବ୍ୟ ରଖିବା ପରେ ବିେଜପି ବିଧାୟକମାନେ କହିବା ପାଇଁ ହାତ ଟେକିଥିଲେ। ସମାନ୍ତରାଳ ଭାବେ କଂଗ୍ରେସ ବିଧାୟକମାନେ ବି କହିବାକୁ ଚାହିଁଥିଲେ। ବାଚସ୍ପତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଡାକିଥିଲେ। ସେ ବିଧାନସଭାର କାର୍ଯ୍ୟବିଧି ପରିଚାଳନା ନିୟମରେ ଥିବା ବ୍ୟବସ୍ଥା ସଂପର୍କରେ ଉଲ୍ଲେଖ କରି ଗୃହ ପରିଚାଳନା ସଂପର୍କରେ ଆପତ୍ତି ଉଠାଇଥିଲେ। ଶ୍ରୀ ମିଶ୍ର କହିଥିଲେ, ଆମ ନିୟମ ଅନୁସାରେ, ବୈଧାନିକ ପ୍ରଶ୍ନ ଉଠାଇ ମାତ୍ର େଗାଟିଏ ପ୍ରଶ୍ନ ପଚରା ଯାଇପାରିବ। ତାହା ପୁଣି ବାଚସ୍ପତିଙ୍କ ଅନୁମତିରେ। ବିେରାଧୀ ଦଳ ନେତା େଯ କୌଣସି ସମୟରେ କହିପାରିବେ। ହେଲେ ଏଠାରେ ବୈଧାନିକ ପ୍ରଶ୍ନ ଆଳରେ ବିତର୍କର ସୁେଯାଗ ସୃଷ୍ଟି େହଉଛି ଓ ଲମ୍ବା ଭାଷଣ ଚାଲୁଛି। ପ୍ରଶ୍ନକାଳରେ ବି ବୈଧାନିକ ପ୍ରଶ୍ନ ଉଠାଯାଉଛି। ଆମ ବ୍ୟବସ୍ଥାରେ ଶୂନ୍ୟକାଳ ବୋଲି କିଛି ନାହିଁ। କିନ୍ତୁ ପରମ୍ପରା ଅନୁସାରେ, ଏହା ଚାଲିଛି।

ଶ୍ରୀ ମିଶ୍ର ଆହୁରି କହିଥିଲେ, ବିଧାନସଭାରେ ଦେଖାଯାଉଛି େଯ କିଛି ବିଧାୟକ ଓ ମନ୍ତ୍ରୀ ଲିଖିତ କାଗଜ ଗୃହରେ ପଢୁଛନ୍ତି। ଏପରିକି ଖର୍ଚ୍ଚ ଦାବି ଆେଲାଚନାର ଉତ୍ତରରେ ବି ମନ୍ତ୍ରୀମାନେ ଲିଖିତ କାଗଜ ପଢୁଛନ୍ତି। ନିୟମ ଅନୁସାରେ, ଲିଖିତ କୌଣସି କାଗଜ ପଢ଼ିବା ପୂର୍ବରୁ ବାଚସ୍ପତିଙ୍କର ଅନୁମତି େଲାଡ଼ା। ଗୃହ ବାହାରେ ଥିବା ଜଣେ ବ୍ୟକ୍ତି ଲେଖିବ ଓ ତାହା ମନ୍ତ୍ରୀ ପଢ଼ିବେ? ମଙ୍ଗଳବାର ଜଳସଂପଦ ବିଭାଗ ଖର୍ଚ୍ଚ ଦାବି ଆେଲାଚନା ପରେ ମନ୍ତ୍ରୀ େଯଉଁ ଦୀର୍ଘ ଉତ୍ତର ପଢ଼ିଲେ, ତାକୁ ବିେରାଧ କରି କଂଗ୍ରେସ କକ୍ଷତ୍ୟାଗ କରିଥିଲା। ବିଧାୟକମାନେ େଯଉଁ ପ୍ରଶ୍ନ ପଚାରୁଛନ୍ତି ବା ଯାହା ସରକାରଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି, ସେ େନଇ କିଛି କୁହାଗଲା ନାହିଁ। ଯଦି ବ୍ୟବସ୍ଥାରେ ନାହିଁ, ବାଚସ୍ପତି ଅନୁମୋଦନ େଦଉଛନ୍ତି, ତେବେ ସବୁଠାରୁ ଭଲ ହେବ, ତାହାକୁ ନିୟମ ପୁସ୍ତିକାରୁ ବାଦ ଦିଆଯାଉ। ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ଲିଖିତ ବିବୃତି ପଢୁଛନ୍ତି। ଏଥିପାଇଁ ଅନୁମତି ନେଉଛନ୍ତି? କିଛି ମନ୍ତ୍ରୀଙ୍କୁ ଛାଡ଼ିେଦଲେ, ଏବେ ସମସ୍ତେ ଲିଖିତ କାଗଜ ପଢ଼ିଲେଣି। କେହି ଅଦୃଶ୍ୟ ବ୍ୟକ୍ତି ଲିଖିତ ଭାଷଣ ଲେଖି ପଢ଼ିବାକୁ ବାଧ୍ୟ କରୁଛନ୍ତି କି େବାଲି ଶ୍ରୀ ମିଶ୍ର ଜାଣିବାକୁ ଚାହିଁଥିଲେ।

ଶ୍ରୀ ମିଶ୍ର କହିଥିଲେ, ଆମେ ଆଶା କରିଥିବୁ, ଉତ୍ତର ମିଳିବ। ମୂକ ବଧିର ଭଳି ବସିଥିବୁ। କେବଳ ଖବରକାଗଜରେ ବାହାରିବ, ଯେଉଁଥିରେ ଲୋକ ଜାଣିବେ େଯ ଆେମ ଉଠାଇଛୁ। କିନ୍ତୁ ସରକାର କିଛି ବି ପଦକ୍ଷେପ ନେବେନି? ବାଚସ୍ପତି ତୁରନ୍ତ ଏ ସମସ୍ୟାର ସମାଧାନ କରନ୍ତୁ େବାଲି ସେ ଦାବି କରିଥିଲେ।

ପରେ ପରେ ସନ୍ତୋଷ ସିଂହ ସାଲୁଜା କହିବା ପାଇଁ ଚାହିଁଥିଲେ। ହେଲେ ବାଚସ୍ପତି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କୁ କହିବାକୁ ସୁେଯାଗ ଦେଇଥିଲେ। ଶ୍ରୀ ସେଠୀ କହିଥିଲେ, ପ୍ରଧାନମନ୍ତ୍ରୀ କିଷାନ େଯାଜନାରେ ସରକାର କେତେ ହିତାଧିକାରୀଙ୍କ ତାଲିକା ଦେଇଛନ୍ତି, ତାହା ଗୃହକୁ ଜଣାନ୍ତୁ। ଗଣମାଧ୍ୟମରୁ ଜଣାପଡୁଛି େଯ ସରକାର ୩୦ଲକ୍ଷ ଦେଇଛନ୍ତି। ମାତ୍ର େଵବସାଇଟ୍ କହୁଛି, େଯ ୨୦ଲକ୍ଷ ଚାଷୀଙ୍କ ତାଲିକା ଦିଆଯାଇଛି। କାଳିଆ େଯାଜନାରେ େଯତେବେଳେ ୫୧ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ଅର୍ଥ ମିଳିଥିବା ସରକାର କହୁଛନ୍ତି, ୭୫ ଲକ୍ଷ ପରିବାର ନିକଟରେ କାଳିଆ େଯାଜନା ପହଞ୍ଚିବ େବାଲି ଆଶା େଦଖାଉଛନ୍ତି, ସେତେବେଳେ େକନ୍ଦ୍ରକୁ ତାଲିକା ଦେବାରେ ଅସୁବିଧା କଣ? ଯଦି ସରକାର ଭାବୁଛନ୍ତି େଯ ୫ ହଜାର ଟଙ୍କାରେ ଚାଷୀର ଭାଗ୍ୟ ବଦଳିବ, ତେବେ େକନ୍ଦ୍ରର ଆଉ ୬ ହଜାର ଟଙ୍କା ସେମାନଙ୍କୁ ମିଳିଲେ ଲାଭ ହେବନି? ଚାଷୀଙ୍କୁ ସରକାର ଉପହାସ କରୁଛନ୍ତି େବାଲି ଶ୍ରୀ ସେଠୀ ଅଭିେଯାଗ କରିଥିଲେ।

ଏହାପରେ କଂଗ୍ରେସ ବିଧାୟକମାନେ ପୁଣିଥରେ କହିବାକୁ ଚାହିଁଥିଲେ। ହେଲେ ବାଚସ୍ପତି ସମସ୍ତଙ୍କୁ ସୁେଯାଗ ମିଳିବ େବାଲି କହି ବିଜେଡି ବିଧାୟକ ଅନନ୍ତ ଦାସଙ୍କୁ ଡାକିଥିଲେ। ସେ ବର୍ଷା ଅଭାବରେ ବାଲେଶ୍ବର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି େହଲାଣି େବାଲି କହିଥିଲେ। ବାଚସ୍ପତି ଏଥର ବିେଜପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ କହିବାକୁ ଡାକିଥିଲେ। ଜୟ ନାରାୟଣ କହିଥିଲେ, ସମ୍ବଲପୁରରେ ଚାଷୀ ଜିଲ୍ଲାପାଳଙ୍କୁ େଘରାଉ କରିଛନ୍ତି। ଧାନ ବିକ୍ରି ନ େହାଇ ମଣ୍ଡିରେ ପଡ଼ିଛି। କଳାହାଣ୍ଡି, ବଲାଙ୍ଗୀରରେ ବି ସେମିତି ପରିସ୍ଥିତି ସୃଷ୍ଟି େହାଇଛି। ସରକାର କିଣିବା ଲାଗି ଚାହୁଁନାହାନ୍ତି। ୨୦୧୭ ମସିହାର ୧୦ହଜାର କ୍ବିଣ୍ଟାଲ ଧାନର ପଇସା ମିଳିଲାନି। ଇନପୁଟ୍ ସବସିଡି ଦେଲେନି। ସରକାର ଚାଷୀଙ୍କୁ ମାରିଦେବାକୁ ଚାହୁଁଛନ୍ତି କି? ମନ୍ତ୍ରୀଙ୍କୁ ନିର୍ଦିଷ୍ଟ ତାରିଖ େଘାଷଣା କରିବାକୁ କୁହନ୍ତୁ, େକବେ ସୁଦ୍ଧା ଚାଷୀଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିବ। ସେ ଏହି ପ୍ରସଙ୍ଗରେ ରୁଲିଂ ଦାବି କରିଥିଲେ।

ବାଚସ୍ପତି କହିଥିଲେ, ଏକଥା ବିଧାୟକ ଦୁଇଥର ଉଠାଇଲେଣି। ସେ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ସବୁକଥାରେ ରୁଲିଂ ଦିଆଯାଇପାରିବ ନାହିଁ। ହେଲେ ଚାଷୀଙ୍କ ସମସ୍ୟା ସମାଧାନ କରିବା ଲାଗି ବିଜେପି ବିଧାୟକମାନେ ଅଡ଼ି ବସିଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଗୃହ ଠିକ୍ ଭାବେ ସୁପରିଚାଳନା କରାଯାଉନାହିଁ େବାଲି ଅଭିେଯାଗ ଆଣି ବାଚସ୍ପତିଙ୍କ ଉପରେ କମ୍ପିଥିଲେ। ବାଚସ୍ପତି େଯତେ ବୁଝାଇଥିଲେ ବି କୌଣସି ପ୍ରଭାବ ପଡ଼ିନଥିଲା। ବରଂ କଥା କଟାକଟି େହାଇଥିଲା। ବାହିନୀପତି ହାତରେ ଧରିଥିବା କାଗଜ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ।

ଅନ୍ୟପକ୍ଷରେ ଚାଷୀ ପ୍ରସଙ୍ଗରେ ସୁେଯାଗ ଦିଆଯାଉ େବାଲି ଦାବି କରି ବିଜେପି ବିଧାୟକମାନେ ପ୍ରଥମେ ନିଜ ଆସନରେ ଠିଆ େହାଇ ପାଟି କରିଥିଲେ। ପରେ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। େଗାଟିଏ ସମୟରେ ଉଭୟ ବିଜେପି-କଂଗ୍ରେସ ବିଧାୟକ ଗୃହର ମଧ୍ୟଭାଗକୁ ଆସି େସ୍ଲାଗାନ ବାଜି, ହଙ୍ଗାମା କରିବା ଦ୍ବାରା ଅଭାବନୀୟ ପରିସ୍ଥିତି ସୃଷ୍ଟି େହାଇଥିଲା।

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ଦେଖି ବାଚସ୍ପତି ପ୍ରଥମେ ୧୨ଟା ୬ରେ ୧୫ ମିନିଟ ପାଇଁ ଗୃହକୁ ମୁଲତବୀ ରଖିଥିଲେ। ପରେ ଆଉ ୧୨ଟା ୨୧ରେ ୧୫ମିନିଟ୍, ୧୨ଟା ୩୭ରେ ୧୫ମିନିଟ୍ ମୁଲତବୀ େହାଇଥିଲା। ୧୨ଟା ୫୨ରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ।

ସମ୍ବନ୍ଧିତ ଖବର