ବିରୋଧୀ ଦଳ ଦି’ଭାଗ, ବିଜେଡି ପାଇଁ କଂଗ୍ରେସ-ବିଜେପି କଳି

ଭୁବନେଶ୍ବର: ମାସେ କି ବର୍ଷେ ନୁେହଁ, ଦୀର୍ଘ ସାେଢ ଚାରି ବର୍ଷ ଧରି କେଂଗ୍ରସ-ବିଜେପି ଏକାଠି ଚଳୁଥିଲେ ବିଧାନସଭାରେ। ଦଳ ଭିତରେ ଆଦର୍ଶଗତ ପାର୍ଥକ୍ୟ ଥିଲା ଓ େକନ୍ଦ୍ରରେ ଉଭୟ ଉଭୟଙ୍କ ବିେରାଧରେ ପ୍ରତ୍ୟକ୍ଷ ଭାବେ ଲଢେଇ ଜାରି ରଖିଛନ୍ତି। କିନ୍ତୁ ହାତଗଣତି କିଛି ଘଟଣାକୁ ଛାଡିଦେଲେ ବିଧାନସଭାରେ ଉଭୟ ଦଳ ସରକାରଙ୍କୁ ମିଳିତ ଆକ୍ରମଣ କରୁଥିେଲ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ମୁଲତବୀ ଆେଲାଚନାେର ଉଭୟ ଦଳ ମଧ୍ୟରେ ସହମତି ପରିଲକ୍ଷିତ େହଉଥିଲା। ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶୀତ ଅଧିେବଶନରେ ଅଭୂତପୂର୍ବ ପରିସ୍ଥିତି େଦଖିବାକୁ ମିଳିଛି। ଆଜି ବିଧାନସଭାେର ବିେରାଧୀ ଦଳ ବିଭାଜିତ େହାଇଛନ୍ତି। ବିେଜଡିକୁ େନଇ ଉଭୟ ରାଜନୈତିକ ଦଳ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି େହାଇଛି। ବିଧାୟକ ପଦ ଛାଡିବା ପରେ କୃଷ୍ଣଚନ୍ଦ୍ର ଶଗରିଆ େଯଉଁ ଚିଠି େଲଖିଥିଲେ, ତାକୁ ଆୟୁଧ କରି ବିେଜପି ଆଜି ବିଧାନସଭାରେ ଆନ୍ଦୋଳନ କରି ବାର୍ତା େଦବାକୁ ଚାହିଁଛି, େସମାେନ ଗତ ପଞ୍ଚାୟତ ନିର୍ବାଚନ ଓ ବିେଜପୁର ଉପନିର୍ବାଚନରେ ଦ୍ବିତୀୟ ସ୍ଥାନକୁ ଆସି ମୁଖ୍ୟ ବିେରାଧୀ ଦଳ ଆସନ ହାେତଇଥିେଲ। ଏବେ କେଂଗ୍ରସ-ବିେଜଡି ଭାଇ ଭାଇ େହାଇଥିବାରୁ େସମାେନ ଗୃହରେ ମଧ୍ୟ ପ୍ରମୁଖ ବିେରାଧୀ ଦଳ।

ବିଧାନସଭା ଓ ସଭ୍ୟମାେନ ସାଧାରଣ େଲାକଙ୍କ ସମସ୍ୟା, ନୀତି ନିୟମ ପ୍ରଣୟନ ପାଇଁ ଉତ୍ତରଦାୟୀ। କିନ୍ତୁ ଶୀତ ଅଧିେବଶନରେ ବିଲକ୍ଷଣ େଦଖିବାକୁ ମିଳିଛି। େଲାକଙ୍କ ସମସ୍ୟା ଓ ସରକାରୀ ନୀତି ନିୟମକୁ ତର୍ଜମା କରିବା ଛାଡିେଦଇ ଆଜି ବିେଜପି ସଭ୍ୟମାେନ ବିେଜଡି-କେଂଗ୍ରସ ସଂପର୍କକୁ ପଦାକୁ ଆଣିବା ଲକ୍ଷ୍ୟରେ ବିଧାନସଭାକୁ ବ୍ୟବହାର କରିଛନ୍ତି। ଗତ ତିନି ଦିନ ଧରି ମଧ୍ୟ ଗୃହ କାର୍ଯ୍ୟରେ ସ୍ବାଭାବିକତା ପରିଲକ୍ଷିତ େହଉନଥିଲା। େକତେବେଳେ ବିେଜଡି, େକତେବେଳେ କଂଗ୍ରେସ ଓ ବିେଜପି ଗୃହରେ ହଟ୍ଟଗୋଳ କରୁଥିଲେ। ଫଳରେ ନିର୍ବାଚନ ପୂର୍ବରୁ ବିଧାନସଭାର ଏହି ଅଧିେବଶନ ସରଗରମ େହବ େବାଲି ରାଜ୍ୟବାସୀଙ୍କ ମନରେ େଯଉଁ ଆଶା ସଞ୍ଚାର େହାଇଥିଲା, ତାହା ଧୂଳିସାତ୍ େହାଇଯାଇଛି। ଚାଷୀ ପ୍ରସଙ୍ଗ ଛାଡିଦେଲେ ଆଉ କୌଣସି ପ୍ରସଙ୍ଗରେ ଆେଲାଚନା େହାଇପାରିଲା ନାହିଁ। କୌତୂହଳର କଥା େହଲା, କେଂଗ୍ରସ-ବିେଜପି ମଧ୍ୟରେ କଳି ସରକାରଙ୍କୁ ସୁହାଇଛି। ଗତକାଲି ଗଛକଟା ସଂପର୍କରେ ମୁଲତବୀ ଆେଲାଚନା େହାଇପାରିଲା ନାହିଁ। ସିବିଆଇ ସଚିବାଳୟରେ କାହିଁକି ପଶିଛି େବାଲି ଗତକାଲି ବିେରାଧୀ େଯଉଁ ନାରାବାଜି କରିଥିଲେ, ତାହାର ଉତ୍ତର ସରକାର େଦଲେନି ଓ ଆଜି ବି ଏ ପ୍ରସଙ୍ଗ ଉଠିଲାନି। ଆଜି ବିେରାଧୀ ଦଳ ମୁଲତବୀ ପ୍ରସ୍ତାବ େଦଇଥିେଲ େଯ ରାଜ୍ୟରେ ଖାଦ୍ୟ ସୁରକ୍ଷା େଯାଜନା ବିଫଳ। ଗରିବ ହିତାଧିକାରୀଙ୍କୁ ଅଣଦେଖା କରି ଦଳୀୟ ଭିତ୍ତିେର ହିତାଧିକାରୀ ଚୟନ। ଖାଦ୍ୟ େଯାଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଉତ୍ତର େଦଇଥାନ୍ତେ। ଏହି ପ୍ରସଙ୍ଗଟି ଏବେ ଗାଁ ଗଣ୍ଡାରେ ସତେଜ ଅଛି। କିନ୍ତୁ ବିେରାଧୀ ଦଳ କଳି କାରଣରୁ ଏହି ମୁଲତବୀ ଆେଲାଚନା େହାଇପାରିନାହିଁ। ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କ ଉଦ୍ଦେଶ୍ୟରେ ବିେଜପି ବିଧାୟକମାନେ ଗୃହରେ େଯଉଁ ନାରାବାଜି କରିଥିଲେ, ଅପରାହ୍ନରେ ତାର ପ୍ରତିଜବାବ ମିଳିଥିଲା। ଶ୍ରୀ ମିଶ୍ର ବିେଜପି ଅଭିେଯାଗର କଡ଼ା ଗଣ୍ଡା ହିସାବ େଦବାକୁ ଯାଇ ବିେଜପିକୁ ଆଘାତ େଦଲେ। ପରୋକ୍ଷରେ ବିେଜଡି ଏଥିେର ଉତ୍ସାହିତ େହାଇଛି। କାରଣ, ବିେଜଡି ସଙ୍କେତ େଦବାକୁ ଚାହିଁଛି େଯ ବିେଜଡି ରାଜ୍ୟ ସ୍ବାର୍ଥରେ ନିମଗ୍ନ। ବରଂ ଉଭୟ କେଂଗ୍ରସ ଓ ବିେଜପି ତାଙ୍କ ଉପରେ ଆଖେଇଛନ୍ତି।

ଏହି କଳିକୁ ବଢାଇବା ଲାଗି ଆଜି ବିେଜଡି ଇନ୍ଧନ ବି େଯାଗାଇଛି। ଖାଦ୍ୟ େଯାଗାଣ ମନ୍ତ୍ରୀ ଗୁଗଲି ଛାଡିଛନ୍ତି େଯ ଅେପକ୍ଷା କର, କେଂଗ୍ରସର ବହୁ େନତା ବିେଜଡିେର ମିଶିେବ। ବିେଜଡି ସହିତ କେଂଗ୍ରସର ସଂପର୍କକୁ େନଇ ଗୃହ ଅଚଳ ଥିବା େବଳେ ମନ୍ତ୍ରୀଙ୍କର ଏଭଳି ବକ୍ତବ୍ୟ ସାଧାରଣରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କଲାଣି। ବିଧାନସଭା କରିଡରରେ ମନ୍ତ୍ରୀ ଶୁଣାଇ କହିଛନ୍ତି, ବିେରାଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ବିେଜଡିେର େଯାଗଦେବା େନଇ ଆେଲାଚନା ଚୂଡାନ୍ତ େହାଇଛି। େସ ଖୁବଶୀଘ୍ର ଶଙ୍ଖ ଧରିେବ। େସପଟେ ବିେଜପି େଯଉଁ ବ୍ୟାନର ପ୍ରଦର୍ଶନ କରିଛି, େସଥିେର କାର୍ଟୁନ ରହିଛି େଯ ମୁଖ୍ୟମନ୍ତ୍ରୀ ଗତ ସରକାର ସମୟର ବିେରାଧୀ ଦଳ େନତା ଭୂପିନ୍ଦର ସିଂହଙ୍କୁ ମିଠା ଖୁଆଉଛନ୍ତି। ପାଖରେ ଅଛନ୍ତି ନରସିଂହ ମିଶ୍ର। ଅର୍ଥାତ୍ ନରସିଂହ ମିଶ୍ର େଯ ବିେଜଡିକୁ ଯିେବ, ଏଭଳି ସଙ୍କେତ େଦବାକୁ ଚେଷ୍ଟା କରିଛି ବିେଜପି। ଉଭୟ ବିେଜଡି ଓ ବିେଜପିର ଏଭଳି ପଦକ୍ଷେପ ପଛରେ କାରଣ ଯାହା ବି ଥାଉ, ଯିଏ ବି ଉସୁକାଇଥାଉ, କିନ୍ତୁ ବିେରାଧୀ ଦଳକୁ ଏହା ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ, ଏକଥା ରାଜନୈତିକ ମହଲ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର