ବିଧାନସଭାରେ ଚାଷୀ ତାତି : ଧାନ କିଣା ପ୍ରସଙ୍ଗରେ ବିଜେପି, କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଯୋଗୁ ଚାଲିପାରି ନାହିଁ ଗୃହ
ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ବର: ଚାଷୀ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଜି ଚାଲିପାରିନାହିଁ ବିଧାନସଭା । ହୋହଲ୍ଲା ଯୋଗୁଁ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ସକାଳୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପରଠାରୁ ବାରମ୍ୱାର ଗୃହ ମୁଲତବୀ ହେଉଛି । ନାରୀ ନିର୍ଯାତନା, ଖଣିଜ ସମ୍ପଦ ଚୋରାଚାଲାଣ ଓ ଧାନ କିଣା ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ୧୧ଟା ୩୦ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ଏହାପରେ ପୁଣି ଧାନ କିଣା ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ । ଫଳରେ ଗୃହକୁ ଦିନ ୧୨ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ୧୨ଟା ୩୦ରୁ ୧୦ ମିନିଟ୍ ପାଇଁ ଗୃହ ମୁଲତବୀ ହୋଇଥିଲା । ଏହା ପରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।